ଓଡିଶା

odisha

By

Published : Nov 16, 2020, 10:06 AM IST

ETV Bharat / bharat

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ 40 ଯାତ୍ରୀ

ଔରଙ୍ଗାବାଦରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଏକ ବିଳାସପୂର୍ଣ୍ଣ ବସରେ ହଠାତ ଲାଗିଲା ନିଆଁ । ଡ୍ରାଇଭର ଯୋଗୁଁ ବଞ୍ଚିଗଲା 40 ରୁ ଅଧିକ ଯାତ୍ରୀଙ୍କ ଜୀବନ । ଅଧିକ ପଢନ୍ତୁ...

Aurangabad-Ahmedabad luxury bus caught fire
ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ 40 ଯାତ୍ରୀ

ମୁମ୍ବାଇ: ଔରଙ୍ଗାବାଦରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଏକ ବିଳାସପୂର୍ଣ୍ଣ ବସରେ ହଠାତ ଲାଗିଲା ନିଆଁ । ଡ୍ରାଇଭର ଯୋଗୁଁ ବଞ୍ଚିଗଲା 40 ରୁ ଅଧିକ ଯାତ୍ରୀଙ୍କ ଜୀବନ । ସୂଚନାମୁତାବକ, ଭିସାରୱାଡ଼ିଠାରୁ 8 କିମି ଦୂରରେ ଥିବା ସୋନଖମ୍ବ ଗ୍ରାମ ନିକଟସ୍ଥ ଧୁଲେ-ସୁରଟ ରାଜପଥର ଶିବର ଶେରାଟୋନ ହୋଟେଲ ନିକଟରେ ହଠାତ ଏକ ବିଳାସପୂର୍ଣ୍ଣ ବସରେ ନିଆଁ ଲାଗିଯାଇଥିଲା । ତେବେ ଏହି ନିଆଁ ସକାଳ ପ୍ରାୟ 3.30 ବେଳେ ଲାଗିଥିଲା ।

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ 40 ଯାତ୍ରୀ

ସୌଭାଗ୍ୟବଶତଃ, ଡ୍ରାଇଭର ଯାତ୍ରୀମାନଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲା। ତେବେ ବସର ଚକ ଲାଇନରେ ଘସି ହେବା ଯୋଗୁଁ ହଠାତ ନିଆଁ ଲାଗିଥିଲା । ଏହା ଜାଣି ଡ୍ରାଇଭର ତୁରନ୍ତ ବସକୁ ରାସ୍ତା କଡ଼କୁ ନେଇ ଯାତ୍ରୀମାନଙ୍କୁ ବସରୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିଆଁର ମାତ୍ରା ଏତେ ତୀବ୍ର ଥିଲା ଯେ କିଛି ମୁହୂର୍ତ୍ତରେ ବସଟି ଜଳିପୋଡ଼ି ପାଉଁଶ ହୋଇଗଲା । ଏହା ସହ ଯାତ୍ରୀଙ୍କ କିଛି ଜିନିଷ ମଧ୍ୟ ବସରେ ରହିଯାଇଥିଲା ।

ତେବେ ଏହି 6 ନଂ ଜାତୀୟ ରାଜପଥରେ ବାରମ୍ବାର ଯାନବାହନ ଦୁର୍ଘଟଣା ହେତୁ ଏବେ ଏହା ଏକ ମରଣଯନ୍ତା ପାଲିଟିଛି । ଗତ କିଛି ଦିନ ମଧ୍ୟରେ ଏହି ରାସ୍ତାରେ ଦଶରୁ ପନ୍ଦର ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଗତ ମାସରେ ଏକ ବିଳାସପୂର୍ଣ୍ଣ ବସ ବ୍ରିଜରୁ ଖସିପଡିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details