ଓଡିଶା

odisha

ETV Bharat / bharat

ଆମ୍ବେଦକରଙ୍କ ଘର ଭଙ୍ଗାରୁଜା ଘଟଣା ଏକ ଷଡଯନ୍ତ୍ର: ବିଏସପି - ଆମ୍ବେଦକରଙ୍କ ରାଜଗୃହ ଭଙ୍ଗାରୁଜା ଘଟଣା

ଡ.ଭିମରାଓ ଆମ୍ବେଦକରଙ୍କ ରାଜଗୃହ ଭଙ୍ଗାରୁଜା ଘଟଣାକୁ ବହୁଜନ ସମାଜ ପାର୍ଟି (ବିଏସପି) ନିନ୍ଦା କରିବା ସହ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି। ଦଳ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ।

_bsp
ଆମ୍ବେଦକରଙ୍କ ଘର ଭଙ୍ଗାରୁଜା ଘଟଣା ଏକ ଷଡଯନ୍ତ୍ର

By

Published : Jul 8, 2020, 3:49 PM IST

ମୁମ୍ବାଇ: ଡ.ଭିମରାଓ ଆମ୍ବେଦକରଙ୍କ ରାଜଗୃହ ଭଙ୍ଗାରୁଜା ଘଟଣାକୁ ବହୁଜନ ସମାଜ ପାର୍ଟି (ବିଏସପି) ନିନ୍ଦା କରିବା ସହ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି। ଦଳ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ।

ବିଏସପି ମୁଖପାତ୍ର ସୁଧୀନ୍ଦ୍ର ଭଦୌରିଆ ଏକ ଗଣମାଧ୍ୟମ କହିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହା ଷଡଯନ୍ତ୍ରର ଏକ ଅଂଶ। ଦେଶରେ ଅତ୍ୟାଚାର, ଶୋଷଣ ଏବଂ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ବାବା ସାହେବ ଏକ ପ୍ରତୀକ। ସେ ସେହି ଲୋକମାନଙ୍କ ସହ ଠିଆ ହୋଇଥିଲେ ଯେଉଁମାନେ ନିଜ ସମସ୍ୟା ନେଇ କେବେ ସ୍ବର ଉତ୍ତୋଳନ କରିପାରୁନଥିଲେ । ଏଣୁ ଦୋଷୀକୁ ତୁରନ୍ତ ଗିରଫ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ ।

ଏଥିସହ ସେ କହିଛନ୍ତି, ବାବା ସାହେବ ଏକ ଉତ୍ତମ ସମାଜ ଗଠନ କରିବାକୁ ଚାହୁଁଥିଲେ ଏବଂ ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ସମାନ ଜିନିଷକୁ ପ୍ରୋତ୍ସାହିତ କରୁଛନ୍ତି। କିଛି ଲୋକ ଏହାକୁ ପସନ୍ଦ କରୁନଥିବାରୁ ସେମାନେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଆମେ ଏହାକୁ ବରଦାସ୍ତ କରିବୁ ନାହିଁ ଏବଂ ସମ୍ବିଧାନିକ ଗଣତାନ୍ତ୍ରିକ ଉପାୟରେ ଏହାର ପ୍ରତିଶୋଧ ନେବୁ।

ପ୍ରକାଶ ଥାଉକି, ଗତ ମଙ୍ଗଳବାର ସନ୍ଧ୍ୟାରେ କିଛି ​​ ଦୁର୍ବୃତ୍ତ ଡ. ଭିମରାଓ ଆମ୍ବେଦକର ଘର ବାହାରେ ଥିବା ଫୁଲକୁଣ୍ଡକୁ ଭଙ୍ଗାରୁଜା କରିଥିଲେ ଏବଂ ଲ୍ୟାଣ୍ଡମାର୍କରେ ଥିବା ସିସିଟିଭି କ୍ୟାମେରାକୁ ନଷ୍ଟ କରିଦେଇଥିଲେ। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ABOUT THE AUTHOR

...view details