ଚଣ୍ଡୀଗଡ: ସୁସ୍ଥ ହେଉଛନ୍ତି ଏଏସଆଇ ହରଜିତ ସିଂ । ପଞ୍ଜାବ ପଟିଆଲା ପରିବା ମାର୍କେଟରେ 12 ତାରିଖରେ ଲକଡାଉନ ନିୟମକୁ ଖିଲାପ କରିଥିବା କିଛି ଦୁର୍ବୃତ୍ତଙ୍କୁ ହରଜିତ୍ ବିରୋଧ କରିଥିଲେ। ଫଳରେ ସେମାନେ ହରଜିତଙ୍କୁ ପାଲଟା ଆକ୍ରମଣ କରିବା ସହ ତାଙ୍କ ହାତକୁ ହାଣି ଦେଇଥିଲେ। ଏଥିରେ ହରଜିତଙ୍କ ସହ ଅନ୍ୟ ଦୁଇ ପୋଲିସକର୍ମୀ ବି ଆହତ ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏହି ମାମଲାରେ 10ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ସୁସ୍ଥ ହେଉଛନ୍ତି ASI ହରଜିତ ସିଂ - harjeet singh
ସୁସ୍ଥ ହେଉଛନ୍ତି ଏଏସଆଇ ହରଜିତ ସିଂ । ପଟିଆଲା ପରିବା ମାର୍କେଟରେ 12 ତାରିଖରେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ । ଅଧିକ ପଢନ୍ତୁ...

ସୁସ୍ଥ ହେଉଛନ୍ତି ଏଏସଆଇ ହରଜିତ ସିଂ
ବର୍ତ୍ତମାନ ଅସ୍ତ୍ରୋପ୍ରଚାର ପରେ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ତାଙ୍କର ଚିକିତ୍ସା ଚାଲିଛି । ଅପରେସନ କରାଯାଇ ତାଙ୍କ ହାତକୁ ଯୋଡାଯାଇଛି । ଧିରେ ଧିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସୁସ୍ଥ ହେଉଥିବା ସୂଚନା ମିଳିଛି ।
@ANI