ଓଡିଶା

odisha

ETV Bharat / bharat

ବର୍ଷାରେ ଭାସିଗଲା ଯାତ୍ରୀବାହୀ ବସ୍, ଉଦ୍ଧାର କାର୍ଯ୍ୟରେ ଦିଲ୍ଲୀ ଅଗ୍ନିଶମ ବିଭାଗ

ଜାତୀୟ ରାଜଧାନୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମିଣ୍ଟୋ ବ୍ରିଜ୍ ତଳେ ରାସ୍ତାରେ ବର୍ଷା ପାଣିରେ ଏକ ବସ ଅଟକି ରହିଛି। ତେବେ ବସ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବା ବେଳେ ଫସି ରହିଥିବା ଯାତ୍ରୀମାନଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରୁଛନ୍ତି।

By

Published : Jul 19, 2020, 9:58 AM IST

ବର୍ଷାରେ ଭାସିଗଲା ଯାତ୍ରୀବାହୀ ବସ୍, ଉଦ୍ଧାର କାର୍ଯ୍ୟରେ ଦିଲ୍ଲୀ ଅଗ୍ନିଶମ ବିଭାଗ
ଦିଲ୍ଲୀ ବର୍ଷାରେ ଭାସିଲା ଯାତ୍ରୀବାହୀ ବସ୍, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ଆଜି ସକାଳୁ ଜାତୀୟ ରାଜଧାନୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଏନେଇ ଚାରିଆଡେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଲାଣି। ତେବେ ଏହି ବର୍ଷାରେ ସାଧାରଣ ଜନଜୀବନ ହନ୍ତସନ୍ତ ହେଉଥିବା ବେଳେ ମିଣ୍ଟୋ ବ୍ରିଜ୍ ତଳେ ରାସ୍ତାରେ ବର୍ଷା ପାଣିରେ ଏକ ବସ ଅଟକି ରହିଛି। ତେବେ ବସ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବା ବେଳେ ଫସି ରହିଥିବା ଯାତ୍ରୀମାନଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରୁଛନ୍ତି। ଦିଲ୍ଲୀର ଅନେକ ଅଞ୍ଚଳରେ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ କରିଥିଲା ଆଇଏମଡି। ମଙ୍ଗଳବାର ପର୍ଯ୍ୟନ୍ତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷାରେ ଭାସିଗଲା ଯାତ୍ରୀବାହୀ ବସ୍, ଉଦ୍ଧାର କାର୍ଯ୍ୟରେ ଦିଲ୍ଲୀ ଅଗ୍ନିଶମ ବିଭାଗ

ଆଇଏମଡି ଅନୁଯାୟୀ ଜୁଲାଇରେ ଦିଲ୍ଲୀରେ ଏପର୍ଯ୍ୟନ୍ତ 47.9 ମିମି ବର୍ଷା ରେକର୍ଡ କରାଯାଇଛି, ଯାହା 109.4 ମିମି ସ୍ୱାଭାବିକ ଠାରୁ 56% କମ୍ ଅଟେ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦିଲ୍ଲୀ ଏବଂ ଏହାର ସଂଲଗ୍ନ ରାଜ୍ୟ ପଞ୍ଜାବ ଏବଂ ହରିୟାଣା ରାଜ୍ୟରୁ ରବିବାର ଠାରୁ ଲଗାତାର ବର୍ଷା ହେବାର ସମ୍ଭାବନା ଥିବାରୁ ମୌସୁମୀ ଟ୍ରଫ୍ ଏହାର ସ୍ୱାଭାବିକ ସ୍ଥିତିକୁ ଯିବାର ସମ୍ଭାବନା ରହିଛି।

ABOUT THE AUTHOR

...view details