ଗୌହାଟି: ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି ରାସ୍ତା । ବର୍ତ୍ତମାନ ଏହି ଟେକନିକ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଆସାମର ଗୋଲପାରା ଜିଲ୍ଲା ଏହି କନସେପ୍ଟକୁ ଖାଲିରେ କଥାରେ ନୁହେଁ କାମରେ ଲଗାଇଛି । ଦିନକୁ ଦିନ ବଢୁଥିବା ପ୍ଲାଷ୍ଟିକ ସମସ୍ୟାରୁ ମୁକ୍ତି ଓ ପରିବେଶକୁ ବଞ୍ଚାଇବା ପାଇଁ ଏଭଳି ଉପାୟ ଚିନ୍ତା କରିଥିଲା ଜିଲ୍ଲା ପ୍ରଶାସନ ।
ପୂର୍ବରୁ ଗୋଲପାରାରେ ରାସ୍ତା ନିର୍ମାଣ ପାଇଁ ଅଭାବ ପଡୁଥିଲା ସାମଗ୍ରୀ । ତା ସହ କୁଢ କୁଢ ପ୍ଲାଷ୍ଟିକ ଆବର୍ଜନା ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଏପରି ସ୍ଥିତିରେ ନିର୍ମାଣ କ୍ଷେତ୍ରରେ ଗ୍ରୀନ ଟେକନୋଲୋଜି ବ୍ୟବହାର ପାଇଁ ଚିନ୍ତା କରିଥିଲା ପ୍ରଶାସନ । ପରେ ପୂର୍ତ୍ତ ବିଭାଗ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ପ୍ଲାଷ୍ଟିକ ଆବର୍ଜନା ବ୍ୟବହାର କରାଯାଇ 75 କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି ।