ଗୌହାଟି: ଆସାମ-ମିଜୋରାମ ସୀମା ବିବାଦ । ଆସାମର କାଚର ଜିଲ୍ଲାରେ ଦୁଇ ରାଜ୍ୟର ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ । 5 ଜଣ ଆହତ । ମିଜୋରାମ, କାଚର ଜିଲ୍ଲାର ଲିଲାବରୀ ଅଞ୍ଚଳ ଓ ମିଜୋରାମର କୋଲାସିବ ଜିଲ୍ଲାର ଭାରିଙ୍ଗେଟ୍ର କିଛି ଜମିକୁ ଅକ୍ତିଆର କରିବାରୁ ଏପରି ସ୍ଥିତି ଦେଖାଯାଇଥିବା ସୂଚନା ।
ତେବେ ଏହି ସଂଘର୍ଷ ପରେ ରବିବାର ମିଜୋରାମ ଜରୁରୀକାଳିନ କ୍ୟାବିନେଟ ବୈଠକ ଡକାଇଥିଲେ । ଏହାସହ ଏହି ପ୍ରସଙ୍ଗରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟ୍ବିଟ୍ କରି ସୂଚନା ଦେଇଥିଲେ ।
ଦୁଇ ରାଜ୍ୟ ମଧ୍ୟରେ ସପ୍ତାହେ ପୂର୍ବରୁ କରିମଗଞ୍ଜ ଓ ମମିତ ଜିଲ୍ଲାରେ ସୀମା ବିବାଦକୁ ନେଇ ତିକ୍ତତା ଦେଖାଦେଇଥିବାବେଳେ ଏବେ ଏହି ଘଟଣା ଉୟର ରାଜ୍ୟର ଉଷ୍ଣତା ବଢାଇଦେଇଛି । ତେବେ ଏହି ଅଞ୍ଚଳରେ 144 ଧାରା ଲଗାଯାଇଛି ।
ସୂଚନା ଅନୁସାରେ, ମିଜୋରାମ ପକ୍ଷରୁ କିଛି ଲୋକ ଆସାମର ବିବାଦୀୟ ଲୈଲାପୁର ଅଞ୍ଚଳର କିଛି କୁଡିଆରେ ନିଆଁ ଲଗାଇ ଦେଇଥିଲେ । ପରେ ସ୍ଥିତି ଅଣାୟତ୍ତ ହୋଇଥିଲା । ସେପଟେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆସାମ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ଗସ୍ତ କରିଛନ୍ତି । ରବିବାର ଗସ୍ତ ସମୟରେ ଏପରି ଘଟଣା ଅନ୍ୟପକ୍ଷର ବଦମାସୀ ପାଇଁ ହୋଇଥିବା ମନ୍ତ୍ରୀ କହିଛନ୍ତି ।