ଗୌହାଟୀ : ଆସାମରେ ସଙ୍ଗୀନ ହେବାରେ ଲାଗିଛି ବନ୍ୟା ସ୍ଥିତି । ଏଥି ଯୋଗୁଁ 30 ଜିଲ୍ଲାର 56,91,694 ଲୋକେ ପ୍ରଭାବିତ ହୋଇଛନ୍ତି । ଏଯାବତ୍ ବନ୍ୟାରେ 113 ଲୋକଙ୍କ ମୃତ୍ୟୁ ହୋଇଛି । ଆସାମ ବନ୍ୟା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ରାଜ୍ୟରେ 626ଟି ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଥିରେ 1,56,874 ଲୋକେ ଆଶ୍ରୟ ନେଇଛନ୍ତି ।
ଆସାମ ବନ୍ୟା ବିତ୍ପାତ: ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି - ଆସାମ ବନ୍ୟା ବିତ୍ପାତ
ସୁଧୁରୁନି ଆସାମର ବନ୍ୟା ସ୍ଥିତି । 30 ଜିଲ୍ଲାର 56,91,694 ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି । ଅଧିକ ପଢନ୍ତୁ....
ଆସାମ ବନ୍ୟା ବିତ୍ପାତ: ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି
ବନ୍ୟା ସ୍ଥିତି ସଙ୍ଗୀନ ଥିବାରୁ ରାଜ୍ୟରେ 8ଟି ସ୍ଥାନରେ ଏନଡିଆରଏଫ ଟିମ ମୁତୟନ ରହିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ (ଏସଡିଆରଏଫ) 40ଟି ସ୍ଥାନରେ ସକ୍ରିୟ ରହିଛନ୍ତି । ଏସଡିଆରଏଫ, ଏନଡିଆରଏଫ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ 384 ଡଙ୍ଗା ନିୟୋଜିତ ରହିଛି ।