ଓଡିଶା

odisha

ETV Bharat / bharat

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି

ଆସାମରେ ବନ୍ୟା ସ୍ଥିତି ସୁଧୁରୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 107 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି
ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି

By

Published : Jul 30, 2020, 10:52 AM IST

ଗୌହାଟୀ: ଧୀରେଧୀରେ ଆସାମରେ ସୁଧୁରୁଛି ବନ୍ୟା ପରିସ୍ଥିତି । ପୂର୍ବରୁ 28 ଜିଲ୍ଲା ପ୍ରଭାବିତ ଥିବାବେଳେ ଏବେ 21 ଜିଲ୍ଲାର 1,771 ଗାଁରେ ଥିବା ପ୍ରାୟ 16 ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ 107 ଜଣଙ୍କ ମୃତ୍ୟୁ ଘଟିଛି ।

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି

ତେବେ ବନ୍ୟାରେ 91,89,995 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ସେହିପରି କାଜିରଙ୍ଗା ଜାତୀୟ ଉଦ୍ୟାନରେ 137 ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ 163 ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ବ୍ରହ୍ମପୁତ୍ର ନଦୀ ଜୋରହାଟ, ଧୁବ୍ରି, ଗୋଲପାରା ଏବଂ ସୋନିଟପୁରରେ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ସେହିପରି ତିନୋଟି ଜିଲ୍ଲାରେ ଧାନସିରୀ, ଜିଆ ଭରଲୀ ଏବଂ କୋପିଲି ନଦୀ ଗୁଡିକ ମଧ୍ୟ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି । 21ଟି ଜିଲ୍ଲାରେ ପ୍ରଶାସନ ପକ୍ଷରୁ 400ଟି ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ,42,300 ଲୋକେ ଆଶ୍ରୟ ନେଇଛନ୍ତି । 21ଟି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା, ବ୍ରିଜ୍, କଲଭର୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଥିବା ବେଳେ ଶହ ଶହ ଘର ଭାଙ୍ଗି ଯାଇଛି । 16ଟି ଏନଡିଆରଏଫ ଟିମ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details