ଓଡିଶା

odisha

ETV Bharat / bharat

ସ୍ବାଭାବିକ ହେଉଛି ଆସାମ ବନ୍ୟା ସ୍ଥିତି:19 ଜିଲ୍ଲାର 9 ଲକ୍ଷ ଲୋକେ ପ୍ରଭାବିତ - ସ୍ବାଭାବିକ ହେଉଛି ଆସାମ ବନ୍ୟା ସ୍ଥିତି

ସ୍ବାଭାବିକ ହେଉଛି ଆସାମର ବନ୍ୟା ସ୍ଥିତି । 19 ଜିଲ୍ଲାର 9 ଲକ୍ଷ ଲୋକେ ପ୍ରଭାବିତ। ଜଳବନ୍ଦୀରେ 1,087 ଗାଁ ,51,770 ହେକ୍ଟର ଚାଷ ଜମି ନଷ୍ଟ। ଅଧିକ ପଢନ୍ତୁ.....

Assam flood situation improving, affected tally dips to 9 lakh
ସ୍ବାଭାବିକ ହେଉଛି ଆସାମ ବନ୍ୟା ସ୍ଥିତି:19 ଜିଲ୍ଲାର 9 ଲକ୍ଷ ଲୋକେ ପ୍ରଭାବିତ

By

Published : Aug 3, 2020, 8:58 AM IST

ଗୌହାଟୀ:ସ୍ବାଭାବିକ ହେଉଛି ଆସାମର ବନ୍ୟା ସ୍ଥିତି । ମୃତ୍ୟୁ ହାର ବଢି ନଥିବା ବେଳ ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମିନି । ଏପର୍ଯ୍ୟନ୍ତ ବନ୍ୟା ଯୋଗୁଁ 109 ଜଣଙ୍କର ମୃତ୍ୟୁ ହୋଇଛି । 19 ଜିଲ୍ଲାର 9 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ 1,087 ଗାଁ ଏବେବି ଜଳବନ୍ଦୀରେ ରହିଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

51,770 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ଶହ ଶହ ଘର ଭାଙ୍ଗି ଯାଇଛି । ରାଜ୍ୟର ପଶ୍ଚିମର 6ଟି ଜିଲ୍ଲା ଗୋଲପାରା 303,937, ମୋରିଗାଓଁ 107,578, ବଙ୍ଗାଇଗାଓଁ 63,194, ବାରପେଟା 41,716, ଗୋଲାଘାଟ 26,184 ଓ ଧୁବ୍ରି 27,930 ଅଧିକ ପ୍ରଭାବିତ ହୋଇଛି । ସେହିପରି,ପୂର୍ବରେ ଥିବା ଲକ୍ଷ୍ମୀପୁର 55,691 ଲୋକେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁତ୍ର ସମେତ 6ଟି ପ୍ରମୁଖ ନଦୀ ନଅଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାହିତ ହେଉଥିବା ବେଳେ ସୋନିପୁରରେ ବ୍ରହ୍ମପୁତ୍ର ଏବଂ ଜିଆ ଭରଲୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 147ବନ୍ୟଜନ୍ତୁ ପ୍ରାଣ ହରାଇଥିବା ବେଳେ 170ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି ।

@ IANS

ABOUT THE AUTHOR

...view details