ଓଡିଶା

odisha

ETV Bharat / bharat

ଲଞ୍ଚ ହେଲା ନେପାଳର ପ୍ରଥମ ସାଟେଲାଇଟ

ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଏଣ୍ଡ ସ୍ପେସ(ନାସା)ର ବର୍ଜିନିଆ ସ୍ଥିତ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି।

By

Published : Apr 19, 2019, 7:17 AM IST

ପ୍ରତିକାତ୍ମକ ଫଟୋ

କାଠମାଣ୍ଡୁ: ଲଞ୍ଚ ହେଲା ନେପାଳର ପ୍ରଥମ ସାଟେଲାଇଟ। ଏହି ସାଟେଲାଇଟ ଖୁବଶୀଘ୍ର ପୃଥିବୀ ଗ୍ରହର ପରିକ୍ରମା କରିବ। ଏହାଦ୍ବାରା ନେପାଳର ଭୌଗୋଳିକ ସ୍ଥିତି ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଜଡିତ ବାବଦରେ ତଥ୍ୟ ପ୍ରଦାନ କରିବ। ସାଟେଲାଇଟ ଲଞ୍ଚ ବାବଦରେ ଗୁରୁବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ସାଟେଲାଇଟ, ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଏଣ୍ଡ ସ୍ପେସ(ନାସା)ର ବର୍ଜିନିଆ ସ୍ଥିତ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି। ବୁଧବାର ଦ୍ବିପହର ପାଖାପାଖି 2.31 ମିନିଟରେ ନେପାଲିସିଏଟ-1 ଲଞ୍ଚ କରାଯାଇଛି।

ନେପାଳର ଆଭାଷ ମକ୍ସି ଏବଂ ହରିରାମ ଶ୍ରେଷ୍ଠ ଜାପାନର କୟୁଶୁ ଏହି ସାଟେଲାଇଟକୁ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ବିକଶିତ କରିଥିଲେ ।

ଏହି ସାଟେଲାଇଟ ଉପରେ ନେପାଳର ଜାତୀୟ ପତାକା ଉଡିବା ସହ ଏନଏଏସଟିର ଲୋଗୋ ଥିବା କୁହାଯାଉଛି ।

ABOUT THE AUTHOR

...view details