ନୂଆଦିଲ୍ଲୀ: 6 ଟି ରାଜ୍ୟରେ ଆପ୍(ଆମ ଆଦମୀ ପାର୍ଟି) ବିଧାନସଭା ନିର୍ବାଚନ ଲଢିବ । ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘୋଷଣା କରିଛନ୍ତି । ଦଳର ରାଷ୍ଟ୍ରୀୟ ପରିଷଦ ବୈଠକକୁ ସମ୍ବୋଧିତ କରି ସେ ଏପରି ଘୋଷଣା କରିଛନ୍ତି ।
ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳପ୍ରଦେଶ ଓ ଗୁଜୁରାଟରେ ବିଧାନସଭା ନିର୍ବାଚନ ଆପ୍ ଲଢିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ଆଗାମୀ ଦୁଇ ବର୍ଷରେ ଏହି ସବୁ ସ୍ଥାନରେ ନିର୍ବାଚନ ହେବାକୁ ଥିବାବେଳେ ଦଳ ଏଠାରେ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି ।