ଓଡିଶା

odisha

ETV Bharat / bharat

ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ କେଜ୍ରିୱାଲ

ଦିଲ୍ଲୀ  ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଐତିହାସିକ ବିଜୟ ହାସଲ କରିଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ଆପ୍‌ର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି କେଜ୍ରିୱାଲ।

By

Published : Feb 12, 2020, 1:27 PM IST

ଅରବିନ୍ଦ କେଜ୍ରିୱାଲ
arvind-kejriwal

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଐତିହାସିକ ବିଜୟ ହାସଲ କରିଛନ୍ତି। ବିଜୟ ପରେ ବୁଧବାର ଆପ୍‌ର ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ଲଗାତାର ତୃତୀୟ ଥର ପାଇଁ ଆପ୍‌ର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି କେଜ୍ରିୱାଲ। ବୈଠକରେ ସର୍ବସମ୍ମତି କ୍ରମେ କେଜ୍ରିୱାଲଙ୍କୁ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି।

କେଜ୍ରିୱାଲଙ୍କ ବାସଭବନରେ ବସିଥିବା ବୈଠକରେ ଦଳର ବରିଷ୍ଠ ନେତା ମନୀଷ ସିସୋଦିଆ କେଜ୍ରିୱାଲଙ୍କୁ ବିଧାୟକ ଦଳ ନେତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ସମସ୍ତ ବିଧାୟକ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ।

ଏହା ପୂର୍ବରୁ କେଜ୍ରିୱାଲ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନା କରିଥିଲେ । ଏହା ସହିତ ସେ ଫେବୃଆରୀ 16ରେ ନେବାକୁ ଥିବା ଶପଥ ଗ୍ରହଣ ସମ୍ପର୍କରେ ଉପରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।

ABOUT THE AUTHOR

...view details