ଓଡିଶା

odisha

ETV Bharat / bharat

ପୂର୍ବ ହୋମ ଆଇସୋଲେସନ ବ୍ୟବସ୍ଥା ପୁନଃ ଲାଗୁ ପାଇଁ କେଜ୍ରିଓ୍ବାଲଙ୍କ ନିବେଦନ - କେନ୍ଦ୍ରକୁ ନିବେଦନ କଲେ ସିଏମ କେଜ୍ରିୱାଲ

ପୂର୍ବ ହୋମ ଆଇସୋଲେସନ ନିୟମ ଲାଗୁ କରିବାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମୋନିଷ ସିସୋଦିଆ ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ବୁଧବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ କେନ୍ଦ୍ରକୁ ନିବେଦନ କରିଛନ୍ତି ।

ପୂର୍ବ ହୋମ ଆଇସୋଲେସନ ଲାଗୁ କରିବାକୁ କେନ୍ଦ୍ରକୁ ନିବେଦନ କଲେ ସିଏମ କେଜ୍ରିୱାଲ
ପୂର୍ବ ହୋମ ଆଇସୋଲେସନ ଲାଗୁ କରିବାକୁ କେନ୍ଦ୍ରକୁ ନିବେଦନ କଲେ ସିଏମ କେଜ୍ରିୱାଲ

By

Published : Jun 24, 2020, 5:13 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୂର୍ବ ହୋମ ଆଇସୋଲେସନ ବ୍ୟବସ୍ଥା ଲାଗୁ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେନ୍ଦ୍ର ଓ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ନିୟମ ଲାଗୁ କରିବାକୁ ସେ ନିବେଦନ କରିଛନ୍ତି । ଟ୍ବିଟ କରି ସିଏମ କହିଛନ୍ତି ଦିଲ୍ଲୀରେ ହୋମ ଆଇସୋଲେନ ସଠିକ ଭାବେ ପରିଚାଳନା ହେଉଥିଲା ।

ପୂର୍ବ ହୋମ ଆଇସୋଲେସନ ଲାଗୁ କରିବାକୁ କେନ୍ଦ୍ରକୁ ନିବେଦନ କଲେ ସିଏମ କେଜ୍ରିୱାଲ

ସେ ଆହୁରି କହିଛନ୍ତି , ସେ ଏନେଇ ଅନେକ ଆକ୍ରାନ୍ତଙ୍କ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରିଛନ୍ତି । ଯେଉଁମାନେ କି ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ରହିଥିଲେ । ତେଣୁ ଏହି ସିଷ୍ଟମକୁ ପୁନର୍ବାର ଲାଗୁ କରାଯାଉ ବୋଲି କେନ୍ଦ୍ର ଓ ଦିଲ୍ଲୀ ଉପଜିଲ୍ଲାପାଳ ଅନୀଲ ବୈଜଲଙ୍କୁ ନିବେଦନ କରିଛନ୍ତି ।

ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଉପରାଜ୍ୟପାଳ ଗତ ସପ୍ତାହରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଯେଉଁଥିରେ ପ୍ରତ୍ୟେକ କୋଭିଡ -19 ସଂକ୍ରମିତ ପାଞ୍ଚ ଦିନିଆ ଅନୁଷ୍ଠାନିକ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଥିଲା ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପରାଜ୍ୟପାଳଙ୍କୁ ଚିଠି ଲେଖି କହିଛନ୍ତି, ଏହି ନୂତନ ବ୍ୟବସ୍ଥା କେବଳ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ପରେ ଏହା ସରକାର ଉପରେ ଚାପ ସୃଷ୍ଟି କରିବ । କାରଣ ସଂକ୍ରମିତ ବ୍ୟକ୍ତିଙ୍କୁ ଏହି କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details