ଓଡିଶା

odisha

ETV Bharat / bharat

ଦିଲ୍ଲୀର ଗର୍ବ ହେଉଛନ୍ତି ପ୍ଲାଜମା ଡୋନର: ଅରବିନ୍ଦ କେଜ୍ରିୱାଲ - ଦିଲ୍ଲୀର ଗର୍ବ ହେଉଛନ୍ତି ପ୍ଲାଜମା ଡୋନର

ପ୍ଲାଜମା ଡୋନରଙ୍କୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାସହ ଅଧିକ କୋରୋନା ସୁସ୍ଥ ବ୍ୟକ୍ତି ଆଗକୁ ଆସି ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି ପ୍ଲାଜମା ଡୋନର ହେଉଛନ୍ତି ଦିଲ୍ଲୀର ଗର୍ବ ।

ଦିଲ୍ଲୀର ଗର୍ବ ହେଉଛନ୍ତି ପ୍ଲାଜମା ଡୋନର: ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀର ଗର୍ବ ହେଉଛନ୍ତି ପ୍ଲାଜମା ଡୋନର: ଅରବିନ୍ଦ କେଜ୍ରିୱାଲ

By

Published : Jul 11, 2020, 12:00 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏତିକିବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ଲାଜମା ଡୋନରଙ୍କୁ ପ୍ରଶଂସା କରିବା ସହ ଅଧିକ ସୁସ୍ଥ ରୋଗୀଙ୍କୁ ଆଗକୁ ଆସି ଦାନ କରିବାକୁ ଉତ୍ସାହିତ କରିବାକୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି ଯେ ମୁଁ ଯେତେବଳେ ପ୍ଲାଜମା ଡୋନରଙ୍କ କାହାଣୀ ବିଷୟରେ ଶୁଣିଲି, ମତେ ମୋ ଦିଲ୍ଲୀବାସୀଙ୍କ ଉପରେ ଗର୍ବ ଅନୁଭବ ହେଲା । ସେତେବେଳେ ମୁଁ କିଛି ଦାତାଙ୍କୁ ଡାକିବା ଏବଂ ଅଭିନନ୍ଦନ ଜଣାଇବାକୁ ନିଷ୍ପତ୍ତି ନେଇଛି ବୋଲି ସେ ଟ୍ବିଟ୍‌ କରି ପ୍ଲାଜମା ଡୋନର ମାନଙ୍କ ସହ ତାଙ୍କ ବାର୍ତ୍ତାଳାପର ଏକ ଅଡିଓ ସେୟାର କରିଛନ୍ତି।

ଏଠାରେ ସୂଚନା ଥାଉ ଯେ, ଦିଲ୍ଲୀ ସରକାର ILBS ହସ୍ପି‌ଟାଲରେ ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି । ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେଜ୍ରିୱାଲ କହିଥିଲେ ଯେ ମଧ୍ୟମ ରୋଗୀଙ୍କ ପୁନରୁଦ୍ଧାର ପାଇଁ ପ୍ଲାଜମା ଏକ ପ୍ରଭାବଶାଳୀ ସମାଧାନ ଭାବରେ ପ୍ରମାଣିତ ହୋଇଥିବାରୁ ଟିକା ଆସିବା ପର୍ଯ୍ୟନ୍ତ ରୋଗୀଙ୍କୁ ଏହାର ଚିକିତ୍ସା ପ୍ରଦାନ କରାଯିବା ଉଚିତ।

ସେପଟେ ଯେଉଁମାନେ ILBS ହସପିଟାଲ ପରିଦର୍ଶନ କଲେ ପୁନର୍ବାର ସଂକ୍ରମିତ ହେବେ ବୋଲି ଆଶଙ୍କା କରୁଛନ୍ତି ସେମାନଙ୍କ ଉପରେ ଉଦବେଗ ପ୍ରକାଶ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଡାକ୍ତରଖାନା ଭିତରେ ସବୁ ସତର୍କତା ଅବଲମ୍ବନ କରାଯାଉଥିବାରୁ ଡାକ୍ତରଖାନା ଅତ୍ୟନ୍ତ ପରିଷ୍କାର, ସ୍ବଚ୍ଛ ଏବଂ ସଂକ୍ରମିତ ହେବାର ଆଶଙ୍କା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ଲାଜମା ଦାନ କରିବାକୁ ସୁସ୍ଥ ହୋଇଥିବା ପଡୋଶୀଙ୍କୁ ମଧ୍ୟ ସେ ଉତ୍ସାହିତ କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details