ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: ଅରୁଣାଚଳ ପ୍ରଦେଶରେ ବିଦେଶୀଙ୍କୁ ବ୍ୟାନ

ବିଶ୍ବକୁ ଘାରିଛି କୋରୋନା ଭୟ । ଚୀନରେ ଜନ୍ମିଥିବା କୋରୋନା ଭାଇରସ ଏବେ ସାରା ବିଶ୍ବକୁ କବଳିତ କରିଛି । ଯାହାକୁ ଆଖିରେ ରଖି ବିଦେଶୀଙ୍କୁ ଆଗମନ ଉପରେ ରୋକ ଲଗାଇଛି ଅରୁଣାଚଳ ପ୍ରଦେଶ ସରକାର । ଅଧିକ ପଢନ୍ତୁ...

By

Published : Mar 9, 2020, 11:54 AM IST

Arunachal Pradesh
କୋରୋନା ଆତଙ୍କ

ଇଟାନଗର: ସିକ୍କିମ ପରେ ଏବେ ଅରୁଣାଚଳ ପ୍ରଦେଶ କୋରୋନା ଭାଇରସ ପ୍ରସାରକୁ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ଏନେଇ ରାଜ୍ୟରେ କିଛି ଦିନ ପାଇଁ ବିଦେଶୀ ଯାତ୍ରୀଙ୍କ ଆଗମନ ଉପରେ ରୋକ ଲଗାଇଥିବା ରାଜ୍ୟ ପ୍ରୋଟୋକଲ ଅଧିକାରୀ ସାଧନା ଦେବରୀ କହିଛନ୍ତି ।

ତେବେ ସରକାର ବିଦେଶୀଙ୍କ ପାଇଁ ସଂରକ୍ଷିତ କ୍ଷେତ୍ର ପରମିଟକୁ ଅସ୍ଥାୟୀ ରୂପେ ଜାରି ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ସଚିବ ନରେଶ କୁମାର ଏହି ସମ୍ପର୍କିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି,ଏହା ସେତିକି ଦିନ ଯାଏ ଲାଗୁ ରହିବ ଯେପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ନ ଆସିଛି ।

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(ଏଏଆଇ)ର କ୍ଷେତ୍ରୀୟ କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୀବ ଜିନ୍ଦଲ କହିଛନ୍ତିଯେ, ଇମ୍ଫାଲର ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନକୁ ରଦ୍ଦ କରିଦିଆଯାଇଛି । ଭୁଟାନର ଡ୍ୟୁକେୟର ଏୟାରଲାଇନ ଗୌହାଟୀରୁ ସିଙ୍ଗାପୁର, ଥାଇଲାଣ୍ଡ ଓ ଭୁଟାନ ମଧ୍ୟରେ ସେବା କୁ ଛାଡି ଅନ୍ୟ କେଉଁଠି ଅନ୍ତର୍ଜାତୀୟ ଉଡାଣ ସେବା ଗୌହାଟୀରେ ଉପଲବ୍ଧ ନାହିଁ ।

@IANS

ABOUT THE AUTHOR

...view details