ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖଉଥିବାବେଳେ ଦଳ ବଦଳ ଘଟଣା ବଢିବାରେ ଲାଗିଛି । ଏହିକ୍ରମରେ ସାମିଲ ହେବାକୁ ଯାଉଛନ୍ତି c ଶତ୍ରୁଘ୍ନ ସିହ୍ନା । ଆସନ୍ତା ଏପ୍ରିଲ 6ରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ଜଣାପଡିଛି ।
ତେବେ ଶତ୍ରୁଘ୍ନଙ୍କ ବିଜେପି ଛାଡିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଶତ୍ରୁଘ୍ନଙ୍କୁ ବିଜେପିର ମୁଣ୍ଡବିନ୍ଧା ବୋଲି କହିବା ସହ ଦଳ ଛାଡିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଏହାସହ କଂଗ୍ରେସକୁ ଏଥିପାଇଁ ସେ ଧନ୍ୟବାଦ ଦେଇଛନ୍ତି । ଶତ୍ରୁଘ୍ନ ଦଳ ପାଇଁ ଏକ ସମସ୍ୟା ଥିଲେ ଯାହାକୁ କଂଗ୍ରେସ ସମାଧାନ କରିଦେଇଛି ବୋଲି ସେ କହିଛନ୍ତି ।