ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଅସୁସ୍ଥ । ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ପିଟାଲ ଯାଇ ଜେଟଲୀଙ୍କୁ ଭେଟିଛନ୍ତି । ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ପ୍ରେସ ରିଲିଜ ଜାରି କରିଛି ଦିଲ୍ଲୀ ଏମସ୍ ।
ଅରୁଣ ଜେଟଲୀ ଅସୁସ୍ଥ, ସ୍ବାସ୍ଥ୍ୟାବସ୍ଥା ସ୍ଥିର
ସ୍ବାସ୍ଥ୍ୟଗତ ସମସ୍ଯା ଯୋଗୁଁ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଛନ୍ତି ଅରୁଣ ଜେଟଲୀ । ଅସୁସ୍ଥ ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ପିଟାଲ ଯାଇ ଜେଟଲୀଙ୍କୁ ଭେଟିଛନ୍ତି ।
ଫାଇଲ ଫଟୋ
ଦିଲ୍ଲୀସ୍ଥିତ ଏମସରେ ଜେଟଲୀଙ୍କୁ ଭର୍ତ୍ତି କରାଯାଇଛି । ଆଜି ସକାଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ ଏମ୍ସର କାର୍ଡିଓଲୋଜି ବିଭାଗରେ ଭର୍ତ୍ତି କରାଯାଇଛି । ଏଥିସହିତ ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।
ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ଜେଟଲୀ । କିଡ଼ନୀ ପ୍ରତ୍ୟାରୋପଣ ଯୋଗୁଁ କିଛିଦିନ ହେବ ଅସୁସ୍ଥ ଥିଲେ । ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନିର୍ବାଚନ ଲଢିବାକୁ ମନା କରିଥିଲେ ।
Last Updated : Aug 9, 2019, 9:12 PM IST