ଓଡିଶା

odisha

ETV Bharat / bharat

ଘର ସହ ଲୋକଙ୍କ ମନକୁ ରଙ୍ଗୀନ କରୁଛନ୍ତି ଏହି ମହିଳା - pune,

ପଛୁଆ ଶ୍ରେଣୀର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଛୋଟିଆ ପ୍ରୟାସ। ପୁନେର ଏକ ବସ୍ତିକୁ ବିଭିନ୍ନ ରଙ୍ଗରେ ରଙ୍ଗୀନ କରିଛନ୍ତି ଆର୍ଟିଷ୍ଟ ରୋବଲ ନାଗି ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ / ଟ୍ବିଟର

By

Published : Mar 9, 2019, 5:55 PM IST

ମୁମ୍ବାଇ: ସମାଜରେ ଥିବା କିଛି ପଛୁଆ ଅଞ୍ଚଳ ଓ ଏଠିବାସ କରୁଥିବା ଲୋକେ ଅବହେଳିତ ହୋଇ ରହିଯାନ୍ତି । ଆଉ ବଞ୍ଚିତ ହୋଇଥାନ୍ତି ସମସ୍ତ ସୁବିଧାରୁ । ଲୋକଙ୍କ ମାନସିକତା ବଦଳାଇବା ପାଇଁ ଛୋଟିଆ ପ୍ରୟାସ କରିଥିଲେ ମୁମ୍ବାଇର ଆର୍ଟିଷ୍ଟ ରୋବଲ ନାଗି।

ପଛୁଆ ଶ୍ରେଣୀର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ 'ମିଶାଲ ମୁମ୍ବାଇ' ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି ସେ। ଏହି ଅଭିଯାନରେ ସେ ପୁନେରେ ଥିବା ଏକ ବସ୍ତିକୁ ସାମିଲ କରିଛନ୍ତି। ବସ୍ତିରେ ଥିବା 20ଟି ଘରର କାନ୍ଥରେ ସେ ଭରିଛନ୍ତି ରଙ୍ଗ। ରଙ୍ଗହୀନ ବସ୍ତିକୁ କରିଛନ୍ତି ରଙ୍ଗୀନ ।

ସେ କେବଳ ଘର କାନ୍ଥ ରଙ୍ଗୀନ କରିନାହାନ୍ତି । ବସ୍ତି ବାସିନ୍ଦାଙ୍କ ମନ ମଧ୍ୟ ରଙ୍ଗୀନ କରିଛନ୍ତି । ଆଗକୁ ବଢିବାର ଖୋରାକ ଯୋଗାଇଛନ୍ତି । ଏହି ଲୋକଙ୍କ ମନରେ ପରିବର୍ତ୍ତନ ଆଣିବାର ଗୋଟିଏ ମାଧ୍ୟମ ହେଉଛି ଏହି ରଙ୍ଗ । ମୁଖ୍ୟ ଲକ୍ଷ୍ୟ ହେଲା ବିଭିନ୍ନ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସିବା । ଯେବେ ମୁଁ ଏହି 20ଟି ଘର କାନ୍ଥରେ ରଙ୍ଗ କରିବା ପାଇଁ ଯାଇଥିଲି । ସେଠିକାର ପ୍ରାୟ 200 ଲୋକ ମୋତେ ସମର୍ଥନ କରିଥିଲେ।

କେବଳ ସମାଜ ସେବା ନୁହେଁ ରୋବଲ ମୁମ୍ବାଇରେ ଥିବା ନାଗି ଆର୍ଟ ଆଣ୍ଡ ଫାଉଣ୍ଡେସନର ପ୍ରତିଷ୍ଠାତା ମଧ୍ୟ । କଳା ସାହାଯ୍ୟରେ ଲୋକଙ୍କ ସହ ଯୋଡିହେବା ତାଙ୍କର ଇଚ୍ଛା ବୋଲି କହନ୍ତି ରୋବଲ ।

For All Latest Updates

ABOUT THE AUTHOR

...view details