ଓଡିଶା

odisha

ETV Bharat / bharat

19 ବର୍ଷରେ ଉତ୍ତରାଖଣ୍ଡରେ 4 ହଜାର ମହିଳାଙ୍କ ଦୁଷ୍କର୍ମ - ମହିଳା ଦୁଷ୍କର୍ମ

ଗତ 19 ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରାୟ 4 ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛି । ଅଧିକ ପଢନ୍ତୁ...

Over 400 women raped in Uttarakhand
ଉତ୍ତରାଖଣ୍ଡରେ 4 ହଜାର ମହିଳାଙ୍କ ଦୁଷ୍କର୍ମ

By

Published : Jan 3, 2021, 5:33 PM IST

ଡେରାଡୁନ୍: ଗତ 19 ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରାୟ 4 ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛି । ସୂଚନା ଅଧିକାରୀ ଅଧିନିୟମ ଅନୁଯାୟୀ ଗ୍ରହଣ କରାଯାଇଥିବା ତଥ୍ୟରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । ସୂଚାନାନୁସାର, 19 ବର୍ଷ ମଧ୍ୟରେ 3956ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଏହାସହ 19ଜଣ ମହିଳାଙ୍କ ଉପରେ ଏସିଡ୍ ଆଟାକ୍ କରାଯାଇଛି ।

ଉତ୍ତରାଖଣ୍ଡରେ 4 ହଜାର ମହିଳାଙ୍କ ଦୁଷ୍କର୍ମ

ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ଠାରୁ ସୂଚନା ଅଧିକାର ଅଧିନିୟମ ରିପୋର୍ଟ ପାଇ ହାଲଦୱାନି ବାସିନ୍ଦା ହେମନ୍ତ ଗୋନିଆ କହିଛନ୍ତି ଯେ 2019 ସୁଦ୍ଧା ପୋଲିସ ବିଭିନ୍ନ ପୋଲିସ ଷ୍ଟେସନରେ 3956 ମହିଳାଙ୍କ ଉପରେ ଦୁଷ୍କର୍ମ ମାମଲା ପଞ୍ଜୀକରଣ ହୋଇଛି । ଦୁଷ୍କର୍ମ ପୀଡିତାଙ୍କୁ ଆର୍ଥିକ ସହାୟତା ଏବଂ ଏସିଡ୍ ଆକ୍ରମଣ ପୀଡିତାଙ୍କୁ 17 ଲକ୍ଷ 90 ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାରେ ସରକାରଙ୍କର 4 କୋଟି 81 ଲକ୍ଷ 80 ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ଏନେଇ ହେମନ୍ତ ଗୋନିଆ କହିଛନ୍ତି, ଦେବଭୂମୀ ଉତ୍ତରାଖଣ୍ଡରେ ଦିନକୁ ଦିନ ଅପରାଧର ଗ୍ରାଫ୍ ବଢିବାରେ ଲାଗିଛି । ଦୁଷ୍କର୍ମର ରିପୋର୍ଟ ପ୍ରତିବର୍ଷ ବଢିବାରେ ଲାଗିଛି କିନ୍ତୁ ସରକାର ଏନେଇ ଧ୍ୟାନ ଦେଉ ନାହାଁନ୍ତି । ଏପରି ସ୍ଥିତିରେ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details