ଓଡିଶା

odisha

କୋରୋନା କର୍ଫ୍ୟୁରେ ପଞ୍ଜାବରେ ଜନ୍ମ ନେଲେ 25 ହଜାର ନବଜାତକ

By

Published : Apr 24, 2020, 10:19 AM IST

ପଞ୍ଜାବରେ କର୍ଫ୍ୟୁ ଜାରି ହେବାର ପ୍ରଥମ ସପ୍ତାହରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ପ୍ରାୟ 25,000 ଶିଶୁ ଜନ୍ମ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ଗୁରୁବାର କହିଛନ୍ତି।

corona
କୋରୋନା କର୍ଫ୍ୟୁରେ ପଞ୍ଜାବରେ ଜନ୍ମ ନେଲେ 25 ହଜାର ନବଜାତକ

ଚଣ୍ଡିଗଡ: କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ପଞ୍ଜାବରେ ଲାଗୁ ହୋଇଛି କର୍ଫ୍ୟୁ। ତେବେ ଏହି କର୍ଫ୍ୟୁ ଜାରି ହେବାର ପ୍ରଥମ ସପ୍ତାହରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ପ୍ରାୟ 25,000 ଶିଶୁ ଜନ୍ମ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ଗୁରୁବାର କହିଛନ୍ତି।

ମାର୍ଚ୍ଚ ମାସରେ ପ୍ରାୟ 32,000 ଗର୍ଭବତୀ ମହିଳା ପ୍ରସବ ପୂର୍ବରୁ ଯାଞ୍ଚ କରିଥିବା ସହ ନିଜର ନାଁ ରେଜିଷ୍ଟ୍ରି କରିଥିଲେ। ଏହାସହ ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ପ୍ରାୟ 25,000 ଶିଶୁଙ୍କ ପ୍ରସବ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

50 ପ୍ରତିଶତ ପ୍ରସବ ସରକାରୀ ଡାକ୍ତରଖାନାରେ ଏବଂ 41 ପ୍ରତିଶତ ଘରୋଇ ଡାକ୍ତରଖାନାରେ ହୋଇଛି। ସର୍ବାଧିକ 3000 ପ୍ରସବ ଲୁଧିଆନାରେ ହୋଇଥିଲା, ଏହା ପରେ ଅମୃତସର (2550), ପଟିଆଲା (2,000), ଭଟିଣ୍ଡା (1,690), ଗୁରୁଦାସପୁର (1,330), ସାଙ୍ଗରୁର (1,300) ଏବଂ ହୋଶିଆରପୁର (1,300) ସିଦ୍ଧୁ କହିଛନ୍ତି ।

ପଞ୍ଜାବରେ କର୍ଫ୍ୟୁ ଲାଗୁ ହେବା ପରେ ଗର୍ଭବତୀ ମହିଳା ଏବଂ ଶିଶୁମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସମସ୍ତ ସିଭିଲ ସର୍ଜନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ପାଇଁ ସମସ୍ତ ସରକାରୀ ସୁବିଧାରେ ପ୍ରସବ ସମେତ ଟୀକାକରଣ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ABOUT THE AUTHOR

...view details