ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ଏଲ୍ଏସି ନିକଟରେରେ ଚୀନ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଏହାସହ ଏଥିରେ ପାଖାପାଖି 40ରୁ ଉର୍ଦ୍ଧ୍ବ ଚୀନ ଯବାନ ପ୍ରାଣ ହରାଇଥିବା ଖବର ରହିଛି । ସୋମବାର ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତିରେ ସୂତ୍ର ଅନୁସାରେ ପ୍ରାୟ 120ଜଣ ଭାରତୀୟ ଯବାନ(ଏକ ସମ୍ପୂର୍ଣ୍ଣ କମ୍ପାନୀ) ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଟ୍ରାପ୍ରେ ଫଶିଥିଲେ । ଏହାପରେ ଚୀନ ସେନାର ବର୍ବରୋଚିତ, ସାଂଘାତିକ ତଥା ପ୍ରତାରଣପୂର୍ଣ୍ଣ ଆକ୍ରମଣରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ ।
ଚୀନ୍ ସେନା ଭାରତୀୟ ଯବାନଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା କାରଣରୁ ଭାରତୀୟ ଯବାନ ପ୍ରାଣ ହରାଇଥିବା ସୂତ୍ରରୁ ପ୍ରକାଶ । ଅସ୍ତ୍ରଶସ୍ତ୍ର ବ୍ୟବହାର ନକରିବାକୁ ସରକାରଙ୍କ ନିର୍ଦ୍ଦେଶରେ ଭାରତୀୟ ଯବାନମାନେ ଅସହାୟ ଥିଲେ । ଏହା ଭାରତୀୟ ଯବାନ ଓ ଏବଂ ଚୀନସେନା ମଧ୍ୟରେ କେବଳ ହାତାହାତି ପରିସ୍ଥିତି ନଥିଲା, ଏଥିରେ ଚୀନ ସେନା ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ସୂଚନା ରହିଛି । ଚୀନ ସେନାର ଏଭଳି ଆକ୍ରମଣକୁ ଭାରତୀୟ ଯବାନ ମାନେ ଦୃଢତାର ସହ ମୁକାବିଲା କରିଥିଲେ । ଭାରତୀୟ ଯବାନ ନିଜକୁ ପ୍ରତିରକ୍ଷା କରିବା ସହ ଏହି ସଂର୍ଘଷରେ 34ରୁ ଉର୍ଦ୍ଧ୍ବ ଚୀନ ସେନା ପ୍ରାଣ ହରାଇଥିବା ସୂଚନା ରହିଛି ।
ସୂତ୍ରରୁ ପ୍ରକାଶ ଯେ ପୂର୍ବ ଲଦାଖର ଏଲଏସଟି ନିକଟରେ ଲଦାଖର 14 ନମ୍ବର ପାଟ୍ରୋଲିଂ ପଏଣ୍ଟରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି ଯବାନଙ୍କ ଆକ୍ରମଣ ସମୟରେ ଭାରତୀୟ ସେନାଙ୍କ ଅନୁପାତ ଚୀନ ସେନା ତୁଳନାରେ 1: 5 ଅନୁପାତ ଥିଲା । ଫଳରେ ଏହାର ଫାଇଦା ନେଇ ଭାରତୀୟ ଯବାନଙ୍କ ଉପରେ ରକ୍ତାକ୍ତ ଆକ୍ରମଣ କରିଥିଲା ଚୀନ ସେନା ।