ନୂଆଦିଲ୍ଲୀ: ଭାରତ ସୀମାରେ ମୁତୟନ ହେବ ଏୟାର ଡିଫେନ୍ସ ୟୁନିଟ୍ । ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ ହେବାର ମିଳିଥିବା ଗୁପ୍ତ ସୂଚନା ଅନୂଯାୟୀ ବାୟୁସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ତେବେ ସେନା ପକ୍ଷରୁ ନିଆଯାଥିବା ଏହି ପଦକ୍ଷେପ ପାକିସ୍ତାନର ସବୁ ଆକ୍ରମଣକୁ ଅସଫଳ କରିବାରେ ସକ୍ଷମ ହେବ ।
ଭାରତୀୟ ସେନାର ସୁତ୍ରଅନୂଯାୟୀ, ପାକିସ୍ତାନ ସୀମାରେ ନଜର ରଖିବା ପାଇଁ ସେନା ଓ ଏୟାର ଡିଫେନ୍ସ ୟୁନିଟ ସାମିଲ ହେବେ । ଏହି ଡିଫେନ୍ସ ସିଷ୍ଟମକୁ ଭାରତ-ପାକ ସୀମାର ଅତି ନିକଟତର ସ୍ଥାନରେ ରଖାଯିବା ଫଳରେ ଶତୃ ପଟୁ ହେଉଥିବା ଯେକୌଣସି ଆକ୍ରମଣକୁ ସମୟ ପୂର୍ବରୁ ଅଟକା ଯାଇପାରିବ ।
ତେବେ ଏହି ସିଷ୍ଟମ ଜମ୍ମୁ-କଶ୍ମୀର, ପଞ୍ଜାବ, ଗୁଜୁରାଟ ଓ ରାଜସ୍ଥାନ ନିକଟ ସୀମାରେ ନିୟୋଜିତ କରାଯିବାର ଯୋଜନା ରହିଛି । ଏହା ଶତ୍ରୁର ଆକ୍ରମଣକୁ ରୋକିବାର ସକ୍ଷମ ରହିଥିବାବେଳେ ଯବାନ ମାନଙ୍କ ପାଇଁ ସୁରକ୍ଷା ବଳୟ ପରି କାମଦେବ ।
ଏହି ସିଷ୍ଟମ ଭାରତରେ ନିର୍ମିତ ହୋଇଥିବା ଆକାଶ ମିସାଇଲ ଓ ଋଷର କ୍ବାର୍ଡାଟ ସିଷ୍ଟମରେ ତିଆରି ହୋଇଛି । ଏହାସହ ଖୁବଶିଘ୍ର ସେନାକୁ ଇସ୍ରାଏଲ ଓ ଡିଆରଡିଓର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିବା MR-SAM ଦିଆଯିବ । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ଭାରତୀୟ ମିଗ-21 ଓ ସୁଖୋଇ-30 ସହିତ ପାକିସ୍ତାନ ଏଫ୍-16 ଯୁଦ୍ଧ ବିମାନର ଲଢେଇ ହେବାପରେ ବାୟୁସେନା ଅନୁଭବ କରି ଥିଲାଯେ, ଯଦି ଏହି ସିଷ୍ଟମ ପାଇଁ ଆଗରୁ ପଦକ୍ଷେପ ନିଆାଇଥାନ୍ତା ପାକିସ୍ତାନୀ ବିମାନକୁ ଆହୁରି କ୍ଷତି ପହଞ୍ଚାଇବାରେ ସହାୟକ ହୋଇଥାନ୍ତା ।