ଓଡିଶା

odisha

ETV Bharat / bharat

ଭାରତୀୟ ସେନାର ନୂଆ ରଣନୀତି, ତଆରି ହେବ ଆଇବିଜି ଗ୍ରୁପ୍ - india

ପାକିସ୍ତାନ ମିଳିବ ମୁହଁତୋଡ ଜବାବ। ଏଥିପାଇଁ ସୀମାରେ ସାମରିକ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ସେନା।

ପ୍ରତିକାତ୍ମକ ଫଟୋ

By

Published : Jun 20, 2019, 10:20 AM IST

ନୂଆଦିଲ୍ଲୀ: ଭାରତୀୟ ସେନାର ନୂଆ ଯୋଜନା । ଭାରତ ପାକିସ୍ତାନର ପଶ୍ଚିମ ସୀମାରେ ଆଇବିଜିକୁ ନିୟୋଜିତ କରିବା ପାଇଁ ଯୋଜନା କରୁଛି ସେନା । ଏହାଦ୍ବାରା ଯୁଦ୍ଧ ସମୟରେ ଏହି ସେନାମାନେ ତୁରନ୍ତ ଆକ୍ରମଣରେ ସହଯୋଗ କରିବେ । ସୂତ୍ରାନୁସାରେ, ଆଇବିଜିର ଲକ୍ଷ୍ୟ ହେଉଛି ବିଭିନ୍ନ ପ୍ରୟୋଗକୁ ଏକ ଟିମରେ ସାମିଲ କରିବା । ଏଥିରେ ତୋପ, ଟ୍ୟାଙ୍କ, ବାୟୁ ରକ୍ଷା ଏବଂ ଅନେକ ଯୁଦ୍ଧରେ ବ୍ୟବହୃତ ସାମଗ୍ରୀ ସାମିଲ ହେବ । ଯେଉଁଥିପାଁଇ ଯୁଦ୍ଧ ପାଇଁ ପୂର୍ବ ପ୍ରସ୍ତୁତି କରାଯିବ।

ତେବେ ତିନୋଟି ସେନା ଭିତରେ ସମନ୍ବୟ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଉଛି । ସେନା ପକ୍ଷରୁ ମଧ୍ୟ ଆଇବିଜିର ନୂତନ ଲଢୁଆ ବିମାନର ପରୀକ୍ଷଣ ସଫଳ ହୋଇଛି । ତେବେ ସକରାତ୍ମକ ଫଳ ମିଳିବାପରେ ଏକ ଏକ ଏକ୍ସପର୍ଟ ୟୁନିଟ୍ ତିଆରି କରିବା ପାଇଁ ସେନା ପକ୍ଷରୁ ଗ୍ରୀନ ସିଗନାଲ ଦିଆଯାଇଛି ।

ଚଳିତ ବର୍ଷର ଶେଷ ଭାଗରେ ଅତି କମରେ ଏହିଭଳି 3ଟି ଏକ୍ସପର୍ଟ ୟୁନିଟ୍ ତିଆରି କରାଯିବାର ସମ୍ଭାବନା ରହିଛି । ଆଇବିଜିର ନେତୃତ୍ବ ମେଜର ଜେନରାଲ ସ୍ତରର ଅଧିକାରୀ କରିପାରିବେ । ଏଥିରେ 5 ହଜାର ଜବାନ ସାମିଲ ହେବାର ଯୋଜନା ରହିଛି। ତେବେ ଭାରତର ପଶ୍ଚିମ ଭାଗରେ ଆଇବିଜିର ସଂଖ୍ୟାକୁ ବୃଦ୍ଧି କରିବା ନେଇ ସୂଚନା ମିଳିଛି ।

ABOUT THE AUTHOR

...view details