ଓଡିଶା

odisha

ETV Bharat / bharat

ଆଇଫୋନ ବିକ୍ରିରେ ଲାଭବାନ ହେଉଛି ସାମସଙ୍ଗ

ଆପଲ୍ ସାମସଙ୍ଗକୁ କ୍ଷତିପୂରଣ ହିସାବରେ ପ୍ରାୟ 7,527 କୋଟି ଟଙ୍କା ଭରଣ କରିଛି । ବାସ୍ତବରେ ଏହର କାରଣ ହେଉଛି ଯେ ନିଜ ଆଇଫୋନ୍ ପାଇଁ ସାମସଙ୍ଗଠାରୁ କମ୍ ଡିସପ୍ଲେ କିଣିବା କାରଣରୁ ଆପଲକୁ ଏହି ଜୋରିମାନା ଦେବାକୁ ପଡିଛି ।

ଆପଲ୍ ଆଇଫୋନ ବିକ୍ରିରେ ଲାଭବାନ ହେଉଛି ସାମସଙ୍ଗ
ଆପଲ୍ ଆଇଫୋନ ବିକ୍ରିରେ ଲାଭବାନ ହେଉଛି ସାମସଙ୍ଗ

By

Published : Jul 15, 2020, 4:54 PM IST

ନୂଆଦିଲ୍ଲୀ: ଆଇଫୋନ୍ ବିକ୍ରି ଯେତେ ଅଧିକ ହେବ ସାମସଙ୍ଗ ସେତିକି ଅଧିକ ଲାଭରେ ରହିବ । ଆପଣ ଭାବୁଥିବେ ଯଦି ଆଇ ଫୋନ୍ ବିକ୍ରି ହେଉଛି ତେବେ ସାମସଙ୍ଗ କିପରି ଲାଭବାନ ହେବ । ତେବେ ଆପଣଙ୍କ ସୂଚନା ପାଇଁ କହିରଖୁଛି ଯେ, ଆପଲ୍ ନିଜ ଆଇଫୋନର ଡିସପ୍ଲେ ସାମସଙ୍ଗ ଠାରୁ ହିଁ କ୍ରୟ କରିଥାଏ । ଏଭଳି ପରିସ୍ଥିତିରେ ଆଇଫୋନ୍ ବିକ୍ରି ଦ୍ବାରା ସାମସଙ୍ଗ ମଧ୍ୟ ଲାଭାବନ ହୋଇଥାଏ ।

ନିକଟରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଆପଲ୍ ଏକ ବିଲିୟନ ଡଲାର ଅର୍ଥାତ୍ ସାମସଙ୍ଗକୁ କ୍ଷତିପୂରଣ ହିସାବରେ ପ୍ରାୟ 7,527 କୋଟି ଟଙ୍କା ଭରଣ କରିଛି । ବାସ୍ତବରେ ଏହର କାରଣ ହେଉଛି ଯେ ନିଜ ଆଇଫୋନ୍ ପାଇଁ ସାମସଙ୍ଗଠାରୁ କମ୍ ଡିସପ୍ଲେ କିଣିବା କାରଣରୁ ଆପଲକୁ ଏହି ଜୋରିମାନା ଦେବାକୁ ପଡିଛି । ଏହାର ସୂଚନା ଡିଏସସିସି ନିଜ ରିପୋର୍ଟରେ ଦର୍ଶାଇଛି ।

ତେବେ ସାମସଙ୍ଗ ଆପଲର ଆଇଫୋନ୍ ପାଇଁ ଓଲେଇଡି(OLED) ଡିସପ୍ଲେ ଯୋଗାଇ ଥାଏ । ଚଳିତ ବର୍ଷ କୋରୋନା ସଂକ୍ରମଣ କାରଣରୁ ଆଇଫୋନର ବିକ୍ରୟ ପ୍ରକ୍ରିୟା ପ୍ରଭାବିତ ହୋଇଛି । ଯେଉଁ କାରଣରୁ ଆପଲ୍ କମ୍ ଡିସପ୍ଲେ କିଣିଛି । ତେବେ ପ୍ରତିବର୍ଷ ଆପଲ୍ ଏବଂ ସାମସଙ୍ଗ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଡିସପ୍ଲେ କିଣିବା ନେଇ ଏକ ଚୁକ୍ତି ହୋଇଥାଏ । ଆଉ ଏହି ନିର୍ଦ୍ଦିଷ୍ଟ ପରିମାଣଠାରୁ କ୍ରୟ କମ ହେଲେ ଜୋରିମାନା ଦେବାକୁ ପଡିଥାଏ ।

ସମାନ କାରଣ ପାଇଁ ଗତବର୍ଷ ମଧ୍ୟ ସାମସଙ୍ଗକୁ ଆପଲ୍ ମୋଟା ଅଙ୍କର ଜୋରିମାନା ଦେଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କ୍ଷତିପୂରଣ ପାଇବା ପରେ ସାମସଙ୍ଗ ଲାଭବାନ ହୋଇଛି । ଯେଉଁ ସମୟରେ କି ଆପଲ କମ୍ପାନୀ ବିପୁଳ କ୍ଷତି ସହିଥିଲା । ଗତବର୍ଷ ଡିସପ୍ଲେ କ୍ରୟ ନକରିବା ନେଇ ଆପଲ୍ ସାମସଙ୍ଗକୁ 684 ମିଲିୟନ ଡଲାର ଜୋରିମାନା ପ୍ରଦାନ କରିଥିଲା ।

ABOUT THE AUTHOR

...view details