ଓଡିଶା

odisha

କାଲି ବାୟୁସେନାରେ ସାମିଲ ହେବ ଆପାଚ ହେଲିକପ୍ଟର

ଶତ୍ରୁକୁ ଦମନ କରିବ ଅତ୍ୟାଧୁନିକ ଆପାଚ ହେଲିକପ୍ଟର । ଏବେ ସିଧା ହମଲା କରିବ ଭାରତର ଏହି ଅତ୍ୟାଧୁନିକ ଅସ୍ତ୍ର ।

By

Published : Sep 2, 2019, 6:33 PM IST

Published : Sep 2, 2019, 6:33 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାବଧାନ ପାକ୍ । ଆଉ ଚଳିବନି ଧମକ । ଏଣିକି ଧମକ ଦେଲେ ସିଧା ହମଲା । କାରଣ ଆସନ୍ତା କାଲିଠାରୁ ବାୟୁସେନା ହେବ ଆହୁରି ଶକ୍ତିଶାଳୀ । ବାୟୁସେନାରେ ସାମିଲ ହେବ ଆପାଚ ହେଲିକପ୍ଟର । । ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ବାୟୁସେନା ମୁଖ୍ୟ ବିଏସ ଧନୱା ପଠାନକୋଟରେ ବାୟୁସେନାରେ ସାମିଲ କରିବେ । ଆମେରିକା ନିର୍ମିତ ଏହି ଅତ୍ୟାଧୁନିକ ହେଲିକପ୍ଟର ବାୟୁସେନାରେ ସାମିଲ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।


ଭାରତ ସରକାର 2015ରେ ଆମେରିକା ସରକାରଓ ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ସହ 22ଟି ଆପାଚ ହେଲିକପ୍ଟର ପାଇଁ ଚୁକ୍ତି କରିଥିଲେ । ଏଥିରୁ 4ଟି ହେଲିକପ୍ଟରକୁ ବୋଇଂ ଗତ ଜୁଲାଇ 27ରେ ଭାରତକୁ ହସ୍ତାନ୍ତର କରିଥିଲା । ଏହି ବିମାନ ଉଡାଣ ପାଇଁ ଗତବର୍ଷ ବାୟୁସେନାର ଏକ ଦଳ ପ୍ରଶିକ୍ଷଣ ପାଇଁ ଆମେରିକା ଯାଇଥିଲେ । ଯୁକ୍ତି ଅନୁସାରେ ଆସନ୍ତା ବର୍ଷ ଶେଷ ସୁଦ୍ଧା ସମସ୍ତ 22ଟି ଯାକ ଆପାଚ ହେଲିକପ୍ଟର ବାୟୁସେନାକୁ ଯୋଗାଇଦେବ ଏହି ଆମେରିକୀୟ ବିମାନ କମ୍ପାନୀ ।


ତେବେ ବାୟୁସେନାଓ ସ୍ଥଳସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର 2017ରେ ଯୁକ୍ତିରେ କିଛି ପରିବର୍ତ୍ତନ କରିଥିଲେ । ଆଉ ଅତିରିକ୍ତ ଅତ୍ୟାଧୁନିକ 6ଟି ଆପାଚ ହେଲିକପ୍ଟର ଯେଉଁଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୁଦ୍ଧାସ୍ତ୍ର ଖଞ୍ଜା ଯିବ । ଏହି 6ଟି ଯୁଦ୍ଧ ବିମାନ ପାଇଁ ସରକାରଙ୍କୁ ମୂଳ ମୂଲ୍ୟରୁ ଅଧିକ 4ହଜାର ଟଙ୍କା ଦେବାକୁ ପଡିଛି । ସୂଚନାଯୋଗ୍ୟ ଯେ ଏହି ଆପାଚ ଏଚ-64ଇ ଅତ୍ୟାଧୁନିକ ହେଲିକପ୍ଟରକୁ ଆମେରିକା ସେନା ବ୍ୟବହାର କରୁଛି।

ABOUT THE AUTHOR

...view details