ଓଡିଶା

odisha

By

Published : Jan 27, 2020, 2:44 PM IST

ETV Bharat / bharat

ଆନ୍ଧ୍ର କ୍ୟାବିନେଟର ବଡ ନିଷ୍ପତ୍ତି: ରାଜ୍ୟ ବିଧାନ ପରିଷଦ ଉଚ୍ଛେଦକୁ ମିଳିଲା ମଞ୍ଜୁରୀ

ଆନ୍ଧ୍ରପ୍ରଦେଶ ମନ୍ତ୍ରିମଣ୍ଡଳ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି ।

ଫାଇଲ ଫଟୋ
ଫାଇଲ ଫଟୋ

ଅମରବତୀ: ଆନ୍ଧ୍ରପ୍ରଦେଶ ମନ୍ତ୍ରିମଣ୍ଡଳ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଖୁବ ଶୀଘ୍ର ଏହି ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରାଯିବ ।

ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରାଜ୍ୟ ବିଧାନମଣ୍ଡଳର ଉଚ୍ଚତମ ସଦନର ଆବଶ୍ୟକତା ଉପରେ ଅନେକ ଥର ପ୍ରଶ୍ନ ଉଠାଇ ଆସିଛନ୍ତି । ରାଜ୍ୟ ବିଧାନ ପରିଷଦ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ କରାଇବାରେ ପ୍ରତିବନ୍ଧକ ସାଜୁଥିବା ଦର୍ଶାଇ ଏହାକୁ ସମ୍ପୂର୍ଣ୍ଣ ଭାବରେ ଉଠାଇଦେବା ବିଧେୟକଙ୍କୁ ଆନ୍ଧ୍ର କ୍ୟାବିନେଟ୍‌ର ଅନୁମତି ମିଳିଛି ।

58 ସଦସ୍ୟ ବିଶିଷ୍ଟ ଏହି ବିଧାନ ପରିଷଦରେ ୱାଇଏସଆରସିର ମାତ୍ର 5ଜଣ ସଦସ୍ୟ ରହିଛନ୍ତି । ସଂଖ୍ୟା ଗରିଷ୍ଠତା ନଥିବା କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ କରାଇବାରେ ଜଗନ ସରକାର ବିଫଳ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ତିନୋଟି ରାଜଧାନୀ ମଧ୍ୟ ରାଜ୍ୟ ବିଧାନ ପରିଷଦରେ ୱାଇଏସଆରସିର ସଂଖ୍ୟା ବଳ କମ ଥିବାରୁ ଏହି ବିଲ୍‌ ପାସ ହୋଇପାରିନଥିଲା । ଫଳରେ ୱାଇଏସଆରସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।


ଖୁବଶୀଘ୍ର ଏହି ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରାଯିବ । ସିଏମ ଜଗନ ପାର୍ଟିର ନେତା ଓ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details