ଓଡିଶା

odisha

ETV Bharat / bharat

ବଜେଟ ଅଧିବେଶନରେ ଅନଲାଇନରେ ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ

ଜୁନ 16 ଠାରୁ ଆନ୍ଧ୍ରପ୍ରଦେଶରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅନଲାଇନ ମାଧ୍ୟମରେ ଗୃହର ସମସ୍ତ ସାଂସଦଙ୍କୁ ବକ୍ତବ୍ୟ ପ୍ରଦାନ କରିବେ । ଅଧିକ ପଢନ୍ତୁ...

By

Published : Jun 14, 2020, 8:26 PM IST

ଇତିହାସରେ ପ୍ରଥମ: ବଜେଟ ଅଧିବେସନରେ ଅନଲାଇନରେ ବକ୍ତବ୍ୟ ଦେବେ ଆନ୍ଧ୍ର ରାଜ୍ୟପାଳ
ଇତିହାସରେ ପ୍ରଥମ: ବଜେଟ ଅଧିବେସନରେ ଅନଲାଇନରେ ବକ୍ତବ୍ୟ ଦେବେ ଆନ୍ଧ୍ର ରାଜ୍ୟପାଳ

ଅମରାବତୀ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅନଲାଇନ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିବେ । ଜୁନ 16 ଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ସେ ଏହି ବକ୍ତବ୍ୟ ପ୍ରଦାନ କରିବେ । ତେବେ ଏହା ରାଜ୍ୟ ଇତିହାସରେ ପ୍ରଥମ ଥର ଯେ, ଜଣେ ରାଜ୍ୟପାଳ ଅନଲାଇନରେ ଭାଷଣ ଦେବେ ।

ରାଜ୍ୟ ଇତିହାସରେ ରାଜ୍ୟପାଳ ପ୍ରଥମଥର ପାଇଁ ଉଭୟ ଗୃହକୁ ଅନଲାଇନରେ ଏକ ଅଭିଭାଷଣ ପ୍ରଦାନ କରିବେ । ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବା ଅବସରରେ, ଏହି ମାସର 16 ଦିନ ରାଜ୍ୟପାଳ ସକାଳ 10ଟାରେ ରାଜଭବନରୁ ଭାଷଣ ଦେବେ। କାରୋନା ବିସ୍ତାର ହେଉଛି ଏହି ବ୍ୟବସ୍ଥାଗୁଡିକର ମୁଖ୍ୟ କାରଣ ।

ତେବେ ଉଭୟ ଗୃହରେ ମନିଟର ସଂଯୋଗ କରାଯିବ । ବିଧାନସଭାରେ ବିଧାୟକ, ବିଧାନ ପରିଷଦରେ ସାଂସଦମାନେ ସମ୍ବଦ୍ଧିତ ସଦନରେ ବସି ଏହା ମାଧ୍ୟମରେ ଏହି ଅଭିଭାଷଣ ଶୁଣିବେ ।

ବସିବାର ବ୍ୟବସ୍ଥା କରାଯିବ ଯାହା ଦ୍ବାରା ବିଧାୟକ ଏବଂ ସାଂସଦ ମାନେ ସାମାଜିକ ଦୂରତା ବଜାୟ ରଖିବେ । ସମସ୍ତ ଗୃହ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସ୍ପିକର ତାମିନେନି ସିଥାରାମ କହିଛନ୍ତି । କିନ୍ତୁ ଯେଉଁ ସଦସ୍ୟଙ୍କ ବୟସ 60ରୁ ଉର୍ଦ୍ଧ୍ୱ, ସେମାନେ ଏହି ବଜେଟ ଅଧିବେଶନରେ ଯୋଗଦେବା ସେମାନଙ୍କ ଇଚ୍ଛା ଉପରେ ନିର୍ଭର କରେ ବୋଲି ସ୍ପିକର କହିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details