ଓଡିଶା

odisha

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚନ୍ଦ୍ରବାବୁ

By

Published : Sep 5, 2020, 8:50 PM IST

ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ । ଅଧିକ ପଢନ୍ତୁ..

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚନ୍ଦ୍ରବାବୁ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚନ୍ଦ୍ରବାବୁ

ହାଇଦ୍ରାବାଦ: ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ । ଅମରାବତୀ ଅଭିମୁଖେ ଯାଉଥିବା ବେଳେ ଶନିବାର ଯାଦବ ଭବନଗିରି ଜିଲ୍ଲାର ଚଉଟପାଲ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ଏସକର୍ଟରେ ଚନ୍ଦ୍ରବାବୁଙ୍କ ଗାଡ଼ି ଯାଉଥିବା ବେଳେ ହଠାତ ଏସକର୍ଟ ଗାଡି ମଝିକୁ ଏକ ଗାଇ ଚାଲି ଆସିଥିଲା । ଫଳରେ ହଠାତ ଏସକର୍ଟ ଗାଡିକୁ ବ୍ରେକ ମାରିବାକୁ ପଡିଥିଲା । ଏସକର୍ଟ ଗାଡ଼ିରେ ଥିବା କର୍ମଚାରୀ ମାନେ ଆହତ ହୋଇଛନ୍ତି ।

ଚନ୍ଦ୍ରବାବୁ ଏକ ବୁଲେଟ୍ ପ୍ରୁଫ୍ ଗାଡିରେ ଥିଲେ ଏବଂ ଯାହା ଫଳରେ ଦୁର୍ଘଟଣାରୁ ସାମାନ୍ୟ ବର୍ତ୍ତି ଯାଇଥିଲେ । ଏସକର୍ଟ ଗାଡି ଭିତରେ ଥିବା ସୁରକ୍ଷା କର୍ମୀମାନେ ସାମାନ୍ୟ ଆହତ ହୋଇଥିଲେ ଏବଂ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଗାଡିରେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details