ଓଡିଶା

odisha

ETV Bharat / bharat

ଆନ୍ଧ୍ରପ୍ରଦେଶରେ 10 ଲକ୍ଷ ପାର୍ କଲା କୋଭିଡ-19 ପରୀକ୍ଷଣ

ଦେଶରେ ହୁ ହୁ ହୋଇ ବଢିଚାଲୁଛି କୋରୋନା । ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ପୁରା ବିଶ୍ବ ଏବେ ଚିନ୍ତାରେ । ତେବେ ଆନ୍ଧ୍ର ପ୍ରଦେଶ ରାଜ୍ୟ ରବିବାର ସୁଦ୍ଧା 10 ଲକ୍ଷରୁ ଅଧିକ କୋଭିଡ ପରୀକ୍ଷା କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶରେ 10 ଲକ୍ଷ ପାର୍ କଲା କୋଭିଡ-19 ପରୀକ୍ଷଣ
ଆନ୍ଧ୍ରପ୍ରଦେଶରେ 10 ଲକ୍ଷ ପାର୍ କଲା କୋଭିଡ-19 ପରୀକ୍ଷଣ

By

Published : Jul 6, 2020, 10:53 AM IST

ଅମରାବତୀ: ଦେଶରେ ହୁ ହୁ ହୋଇ ବଢିଚାଲୁଛି କୋରୋନା । ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ପୁରା ବିଶ୍ବ ଏବେ ଚିନ୍ତାରେ । ଏଯାବତ କୌଣସି ଏହି ମହାମାରୀକୁ ନିପାତ କରିବାକୁ ନିରାକରଣ ବାହାରିନଥିବା ବେଳେ ସ୍ବାସ୍ଥ୍ୟାବସ୍ଥା କୁ ନେଇ କେନ୍ଦ୍ର ଠୁ ଆରମ୍ଭ କରି ରାଜ୍ୟ ତୀକ୍ଷ୍ଣ ନଜର ରଖିଛନ୍ତି । ପ୍ରତିଦିନ ସ୍ବାବ ଟେଷ୍ଟ ସହ ବ୍ୟାପକ ପରୀକ୍ଷଣ ମଧ୍ୟ ଚାଲିଛି । ତେବେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଏହି ପରୀକ୍ଷଣକୁ ନେଇ ଚର୍ଚ୍ଚାରେ ରହିଛି ।

ସୂଚନା ଅନୁସାରେ, ରବିବାର ସୁଦ୍ଧା ରାଜ୍ୟରେ ଏକ ମିଲିୟନ ଅର୍ଥାତ 10 ଲକ୍ଷରୁ ଅଧିକ କୋଭିଡ ପରୀକ୍ଷା କରାଯାଇଛି । ଏହି ପରୀକ୍ଷଣ 10 ଲକ୍ଷ 17 ହଜାର 123 ରେ ପହଞ୍ଚିଛି । କେବଳ ପରୀକ୍ଷଣ ନୁହେଁ ଚିକିତ୍ସା ହାରରେ ମଧ୍ୟ ଏକ ନୂତନ ଆଶା ଦେଖାଇଛି ଆନ୍ଧ୍ର ପ୍ରଦେଶ ରାଜ୍ୟ । ରାଜ୍ୟରେ ମୃତ୍ୟୁ ହାର 1.24 ପ୍ରତିଶତ ରହିଥିବା ବେଳେ ଜାତୀୟ ହାରାହାରି 2.86 ପ୍ରତିଶତ ଠାରୁ କମ ରହିଛି ।

ବର୍ଷର ପ୍ରାରମ୍ଭରେ ଯେତେବେଳେ ମହାମାରୀ ବିଷୟରେ ଜଣାପଡିଥିଲା ସେତେବେଳେ ରାଜ୍ୟ ନିଜ ଆଡୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କୋଭିଡ-19 ପାଇଁ ପ୍ରଥମ ଲ୍ୟାବ ମାର୍ଚ୍ଚ 7 ତାରିଖରେ ପ୍ରତିଷ୍ଠା କରାଯାଇଥିଲା । ଆଉ ବର୍ତ୍ତମାନ ସୁଦ୍ଧା ଏହା 78ରେ ପହଞ୍ଚିଥିବା ଜଣାପଡିଛି ।

ଅନ୍ୟପଟେ 15 ଟି ପରୀକ୍ଷଣ ସୁବିଧା କେନ୍ଦ୍ର ବ୍ୟତୀତ 4 ଟି ଘରୋଇ ଲ୍ୟାବ, 19ଟି ଭିଆରଡିଏଲ ଲ୍ୟାବ, 47 ଟ୍ରୁନାଟ ଲ୍ୟାବ, 5 ଟି ସିବିଏନଏଏଟି, 2ଟି ଏନସିଓ ଓ 5ଟି ସିଏଲଆଇଓ ଲ୍ୟାବରେ କୋଭିଡ-19 ଭୂତାଣୁର ପରୀକ୍ଷଣ କରାଯାଉଛି ।

ABOUT THE AUTHOR

...view details