ଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ସ୍ମାରକପତ୍ର ଦେଇଛନ୍ତି । ଆଉ ଏହି ଉପଲକ୍ଷେ ରାଷ୍ଟ୍ରପତିଙ୍କୁ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ-୨୦୧୪ ପାରିତ ହେବାର ସ୍ଥିତି ବାବଦରେ ଜଣାଇଥିଲେ ।
ରାଷ୍ଟ୍ରପତିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ - president
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି।
ଏଠାରେ ସୂଚନାଥାଉ କି ସୋମବାର ଦିନ ଚନ୍ଦ୍ରବାବୁ ଦିଲ୍ଲୀରେ ଧାରଣା ଦେଇଥିଲେ । ଆଉ ଏଠାରେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଧାରଣା ଦେଇଥିଲେ । ବଡ କଥା ହେଉଛି ଚନ୍ଦ୍ରବାବୁଙ୍କୁ ଏହି ଧାରଣାରେ ଅନେକ ବିରୋଧୀ ଦଳ ନେତା ମଧ୍ୟ ସମର୍ଥନ ଦେଇଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ, ତୃଣମୂଳ କଂଗ୍ରେସ ପ୍ରମୁଖ ସମର୍ଥନ ଦେଇଥିଲେ । ସେହିପରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ମଧ୍ୟ ସାମିଲ ହୋଇଥିଲେ।
ତେବେ ବଡ କଥା ହେଉଛି ନାଇଡୁଙ୍କୁ ସମର୍ଥନ କରି ରାହୁଲ କେନ୍ଦ୍ର ଉପରେ ବର୍ଷିଥିଲେ । ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ଯୁଆଡେ ଯାଆନ୍ତି, ମିଛ ହିଁ କୁହନ୍ତି । ସେ କହିଥିଲେ ଯେ ଆନ୍ଧ୍ରପ୍ରଦେଶ ଲୋକଙ୍କ ସହ ସେ ଠିଆ ହୋଇଛନ୍ତି । ରାହୁଲ କହିଥିଲେ ଏ କିଭଳି ପ୍ରଧାନମନ୍ତ୍ରୀ ଯିଏ କି ଲୋକଙ୍କୁ ଦେଇଥିବା ପ୍ରତିଶୃତି ହିଁ ପୂରଣ କରୁନାହାଁନ୍ତି।