ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଉପୁଜିଛି। ଏହାକୁ ନେଇ ଦିଲ୍ଲୀରେ ଘନଘନ ଜରୁରୀକାଳୀନ ବୈଠକ ଡକାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ, ବୈଦେଶିକ ସଚିବ, ରକ୍ଷା ସଚିବ ଓ ଗୁଇନ୍ଦା ବିଭାଗର ଅଧିକାରୀସାମିଲ ରହିଛନ୍ତି। ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ନେଇ ବୈଠକ ଡକାଯାଇଛି।
ଏହା ଭିତରେ ଅରୁଣ ଜେଟଲୀ ବଡ ବୟାନ ଦେଇଛନ୍ତି । ଜେଟଲୀ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ସବୁ କିଛି ସମ୍ଭବପର। ଯେତେବେଳେ ଆମେରିକା ନିଜ ଶତ୍ରୁ ବିନାଶ ପାଇଁ ପାକିସ୍ତାନରେ ପସି ଆକ୍ରମଣ କରିପାରେ ସେତେବେଳ ଭାରତ ନିଜ ଶତ୍ରୁ ସଂହାର ପାଇଁ କିଛି ବି କରିପାରେ।
ଜେଟଲୀ କହିଛନ୍ତି ପାକିସ୍ତାନର ଆବଟ୍ଟାବାଦସ୍ଥିତ ଠିକଣାରେ ରହୁଥିବା ଅଲ୍ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନକୁ ଆମେରିକାର ସିଲ୍ କମାଣ୍ଡୋମାରି ଗଡାଇଥିଲେ । ଏବେ ଏହି ଭଳି କାମ କରିବା ପାଇଁ ଭାରତକୁ ଚିନ୍ତା କରିବାର ସମୟ ଆସିଛି । ଏହି କାମ ସହଜ ନୁହେଁ ମାତ୍ର ଏହା ଭାତର କରିବା ପାଇଁ ପୂର୍ଣ୍ଣକ୍ଷମ ଅଟେ । ଜେଟଲୀଙ୍କ ଏହି ବୟାନ ପରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ ଜଣାଯାଉଛି। ଭାରତ ପାକିସ୍ତାନରେ ପରିଚାଳିତ ଜୈଶ-ଇ-ମହମ୍ମଦର ସମସ୍ତ ଆଡ୍ଡାକୁ ପାକିସ୍ତାନରେ ପସି ଧ୍ୱଂସକରିବା ପାଇଁ ଯୋଜନା କରୁଥିବା ଅନୁମାନ ଲଗାଯାଉଛି।
ସୂଚନା ଅନୁଯାୟୀ ଭାରତର ଏୟାର ଷ୍ଟ୍ରାଇକ ପରେ ଆଜି ସକାଳେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ଜାମ୍ମୁ ଓ କାଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା । ବିମାନଟି ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରର ଲ୍ୟାମ୍ ଭ୍ୟାଲି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା ଏହାପରେ ଭାରତୀୟ ବାୟୁ ସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିମାନଟିକୁ ଗୁଳି କରି ଖସାଇ ଦିଆଯାଇଥିବା ଖବର ରହିଛି।