ଓଡିଶା

odisha

ETV Bharat / bharat

ସେରମ ଇନଷ୍ଟିଚ୍ୟୁଟରେ ପୁଣି ଅଗ୍ନିକାଣ୍ଡ, ଶୋକପ୍ରକାଶ କଲେ ମୋଦି

By

Published : Jan 21, 2021, 7:09 PM IST

Updated : Jan 21, 2021, 8:56 PM IST

ସେରମ ଇନଷ୍ଟିଚ୍ୟୁଟରେ ପୁଣି ଅଗ୍ନିକାଣ୍ଡ
ସେରମ ଇନଷ୍ଟିଚ୍ୟୁଟରେ ପୁଣି ଅଗ୍ନିକାଣ୍ଡ

20:46 January 21

ସେରମ ଅଗ୍ନିକାଣ୍ଡରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅଗ୍ନିକାଣ୍ଡରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୃତକଙ୍କ ପରିବାର ପ୍ରତି ରାଷ୍ଟ୍ରପତି ସମବେଦନା ପ୍ରକଟ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

19:06 January 21

ସେରମ ଇନଷ୍ଟିଚ୍ୟୁଟରେ ପୁଣି ଅଗ୍ନିକାଣ୍ଡ

ସେରମ ଇନଷ୍ଟିଚ୍ୟୁଟରେ ପୁଣି ଅଗ୍ନିକାଣ୍ଡ, ଶୋକପ୍ରକାଶ କଲେ ମୋଦି

ପୁଣେ: ସେରମ ଇନଷ୍ଟିଚ୍ୟୁଟରେ ପୁଣି ଅଗ୍ନିକାଣ୍ଡ ନେଇ ସୂଚନା । ପୂର୍ବରୁ ଗୁରୁବାର ଅପରାହ୍ନରେ ହୋଇଥିଲା ଅଗ୍ନିକାଣ୍ଡ । ତେବେ ଗୋଟିଏ ଦିନରେ ଦୁଇ ଦୁଇଥର ଅଗ୍ନିକାଣ୍ଡ ଜନସାଧାରଣଙ୍କୁ ବିଚଳିତ କରିଛି । କୋରୋନା ଯୁଦ୍ଧରେ ସାରଥି ସାଜିଥିବା ସେରମ ଇନଷ୍ଟିଚ୍ଟୁଟ ଉପରୁ ହଟୁନି ସଙ୍କଟର କଳାବାଦଲ । ପୂନର୍ବାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଲ୍ଡଂରେ ଘଟିଛି ଅଗ୍ନିକାଣ୍ଡ । ଗୁରୁବାର ଅପରାହ୍ନରେ ମଧ୍ୟ ସମାନ ବିଲ୍ଡିଂରେ ଲାଗିଥିଲା ନିଆଁ ।

ଗୁରୁବାର ଅପରାହ୍ନରେ ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡରେ 5 ଜଣଙ୍କ ଜୀବନ ଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ପୁଣେ ମେୟର । ସେପଟେ ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ଆକ୍ଟିଭ ମୋଡରେ ଥିବା ବେଳେ ଯାଞ୍ଚର ଆଦେଶ ଦେଇସାରିଛନ୍ତି ।

ସେରମ ଅଗ୍ନିକାଣ୍ଡ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାର ପ୍ରତି ମୋଦି ସମବେଦନା ପ୍ରକଟ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୂର୍ବରୁ ଲାଗିଥିବା ନିଆଁକୁ ଆୟତ୍ତ ସରିଥିବା ବେଳେ ପୁଣି ସଂଧ୍ୟାରେ ଆଉଥରେ ଅଗ୍ନିକାଣ୍ଡ ଘଟିଛି । ୱେଲ୍‌ଡିଂ କାର୍ଯ୍ୟ ପାଇଁ ଏହି ଅଗ୍ନିକାଣ୍ଡ ହୋଇଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ସୂଚନା ଦେଇଛନ୍ତି ।

ପୁଣେର ମଞ୍ଜରୀ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା । 300 କୋଟିର ଖର୍ଚ୍ଚରେ ତିଆରି ଏହି ପ୍ଲାଣ୍ଟରେ କୋରୋନା ଭ୍ୟାକ୍ସିନ କୋଭିସିଲ୍ଡର ଉତ୍ପାଦ ଉପରେ ଯୋଜନା ରହିଛି । ଗତ ବର୍ଷ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଏହି ପ୍ଲାଣ୍ଟର ଉଦଘାଟନ କରିଥିଲେ । ହେଲେ ଏବେ ଏହି ପ୍ଲାଣ୍ଟରେ ଭ୍ୟାକ୍ସିନ ପ୍ରସ୍ତୁତି ଆରମ୍ଭ ହୋଇନାହିଁ ।

Last Updated : Jan 21, 2021, 8:56 PM IST

ABOUT THE AUTHOR

...view details