ଓଡିଶା

odisha

ETV Bharat / bharat

ବ୍ୟକ୍ତିଗତ ଅର୍ଥଲଗାଣ: ଆପଣଙ୍କ ଅର୍ଥ ପାଇଁ ରିଜର୍ଭ ବ୍ୟାଙ୍କର ଚମପ୍ରଦ ଘୋଷଣା, ଜାଣନ୍ତୁ କ'ଣ

ଆପଣଙ୍କ ଅର୍ଥ ପାଇଁ ରିଜର୍ଭ ବ୍ୟାଙ୍କର ଚମପ୍ରଦ ଘୋଷଣା । ଆସନ୍ତୁ ଏହି ଘୋଷଣା ସମ୍ପର୍କରେ ଜାଣିବା...

announcement of RBI about personal money investment
ଫାଇଲ ଫଟୋ

By

Published : Mar 27, 2020, 10:58 PM IST

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାସ ଅତି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସଂପୂର୍ଣ୍ଣ ନିରାପଦ, ଏବଂ ଖୁଚୁରା ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଜମା ସଂପର୍କରେ ଆତଙ୍କିତ ହେବା ଉଚିତ ନୁହେଁ । ସେ ଆଜି ଆଶ୍ବସ୍ତ କରିଦେଇଛନ୍ତି ଯେ ବେସରକାରୀ ବ୍ୟାଙ୍କରେ ଗ୍ରାହକମାନଙ୍କ ଅର୍ଥ ନିରାପଦ ରହିଛି ଏବଂ ଆତଙ୍କିତ ହୋଇଟଙ୍କା ଉଠାଣ କରନ୍ତୁ ନାହିଁ । ଋଣ ଉପରେ ସ୍ଥଗନ ଅବସ୍ଥା ଉପଭୋକ୍ତା ଓ ବ୍ୟାବସାୟିକ ସଂସ୍ଥା ପାଇଁ ଚରମ ଆଶ୍ବସ୍ତିର ବିଷୟ ଯେ. ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ସର୍ବଭାରତୀୟ ଆର୍ଥିକ ସଂସ୍ଥା, ଅଣ ବ୍ୟାଙ୍କିଙ୍ଗ ଅର୍ଥଲଗାଣ କମ୍ପାନୀ ଏବଂ ଗୃହ ନିର୍ମାଣ ଲାଗି ଅର୍ଥଲଗାଣକାରୀ କମ୍ପାନିର ସମସ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତ୍ତିକ ଋଣ ଉପରେ ତିନି ମାସର ସ୍ଥଗନ ଅବସ୍ଥା ଘୋଷଣା କରାଯାଇଛି ଏବଂ ଏହା ମାର୍ଚ୍ଚ 1ରୁ କାର୍ଯ୍ୟକାରୀ ହେବ ।

ଆପଣଙ୍କ ଅର୍ଥ ପାଇଁ ରିଜର୍ଭ ବ୍ୟାଙ୍କର ଚମପ୍ରଦ ଘୋଷଣା

ସାଂପ୍ରତିକ ସଂକଟ ସମୟରେ ଉପାର୍ଜନରେ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଋଣଗ୍ରହୀତାମାନଙ୍କର ଆର୍ଥିକ ଚାପକୁ ଏହା ଲାଘବ କରିବ । ସ୍ଥଗନ ସମୟରେ ସୁଧ ଲାଗୁ ହେବ; କିନ୍ତୁ, ସମାନ ମାସିକିଆ କିସ୍ତି ବା EMI ପଇଠରେ ଖିଲାପ କଲେ ଅର୍ଥଦଣ୍ଡ ପ୍ରଯୁଜ୍ୟ ହେବ ନାହିଁ । ଏହା EMI ବାତିଲ ବ୍ୟବସ୍ଥା ନୁହେଁ, ବରଂ କେବଳ ବିଳମ୍ବିତ ପଇଠ ବ୍ୟବସ୍ଥା । ଏହି ସମୟରେ ଋଣଦାତାମାନେ ଆପଣଙ୍କ EMI ପୈଠକୁ ସ୍ଥଗିତ ରଖିପାରନ୍ତି ।

ଏହି ନିର୍ଦ୍ଦେଶନାମା ଲାଗୁ ହେବା ଉପରେ ସ୍ପଷ୍ଟ ଧାରଣା ପାଇବା ଲାଗି, ଆପଣଙ୍କ ଋଣଦାତାଙ୍କ ସହିତ ସଂପର୍କ ସ୍ଥାପନ କରିବା ସବୁଠାରୁ ଭଲ । ଯଦି ଆପଣ EMI ପଇଠ କରିବା ସ୍ଥିତିରେ ଅଛନ୍ତି ଏବଂ ଆପଣଙ୍କ ଋଣଦାତା ଏଥିପାଇଁ ଅନୁମତି ଦେଉଛନ୍ତି, ତେବେ EMI ପଇଠ ଅବ୍ୟାହତ ରଖିବା ଉଚିତ ହେବ, କାରଣ ଏହା ଫଳରେ ଆପଣଙ୍କ ଋଣ ପରିମାଣ ହ୍ରାସ ପାଇବ । କ୍ରେଡିଟ୍‌ ସ୍କୋର ଉପରେ ପ୍ରଭାବ

ନିର୍ଦ୍ଦିଷ୍ଟ ଅବଧିର ଋଣ କ୍ଷେତ୍ରରେ, ସ୍ଥଗନ ସମୟରେ ଆପଣଙ୍କ କ୍ରେଡିଟ୍‌ ସ୍କୋର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଗଭର୍ଣ୍ଣର ଦାସ ଉଲ୍ଲେଖ କରିଛନ୍ତି ।

ହେଲେ, ପ୍ରତି ମାସରେ ଯାଞ୍ଚ କରି ଆପଣଙ୍କ କ୍ରେଡିଟ୍‌ ସ୍କୋର ସଂପର୍କରେ ତଥ୍ୟ ରଖିବା ବାଞ୍ଛନୀୟ ହେବ । ଅନ୍ୟ କୌଣସି ପ୍ରକାର ଋଣ କ୍ଷେତ୍ରରେ ଏହି ସ୍ଥଗନ ଅବସ୍ଥା ଲାଗୁ ହୋଇ ନପାରେ ଏବଂ ସମ୍ମତିଦତ୍ତ ସମୟ ସୂଚୀ ମୁତାବକ ପୈଠ କରିବା ଆବଶ୍ୟକ । ଆପଣଙ୍କ କ୍ରେଡିଟ୍‌ କାର୍ଡ ଦେୟ ପଇଠ ଅବ୍ୟାହତ ରଖନ୍ତୁ । ଏହି ସ୍ଥଗନ ଆଦେଶ କେବଳ ନିର୍ଦ୍ଦିଷ୍ଟ ଅବଧିର ଋଣ କ୍ଷେତ୍ରରେ ପ୍ରଯୁଜ୍ୟ ।

ସୁତରାଂ, ଆପଣଙ୍କ କ୍ରେଡିଟ୍‌ କାର୍ଡ ବାବଦ ଦେୟ ପଇଠ ଜାରି ରଖନ୍ତୁ । କାରଣ ସେଗୁଡ଼ିକ କ୍ଷେତ୍ରରେ କୌଣସି ସ୍ଥଗନ ଘୋଷଣା କରାଯାଇନାହିଁ । କ୍ରେଡିଟ୍‌ କାର୍ଡର ଦେୟ ଅଧିକ ବ୍ୟୟବହୁଳ । ପୈଠ କରାଯାଇ ନଥିବା ଦେୟ ଅତି ଶୀଘ୍ର ବଢ଼ିପାରେ, ଆର୍ଥିକ ବୋଝରେ ପରିଣତ ହୋଇପାରେ ଏବଂ ଆପଣଙ୍କ କ୍ରେଡିଟ୍‌ ସ୍କୋରକୁ ହ୍ରାସ କରିପାରେ । ତେଣୁ, ଯଦି ଆପଣ ଠିକ୍‌ ସମୟରେ ପଇଠ କରିପାରିବେ, ତେବେ କାର୍ଡ ବାବଦ ଦେୟ ପଇଠକୁ ବିଳମ୍ବିତ କରନ୍ତୁ ନାହିଁ ଖୁଚୁରା ଋଣ ଉପରେ ରେପୋ ରେଟ୍‌ ହ୍ରାସର ପ୍ରଭାବ ଏହା ଥିଲା ଆଜିର ସବୁଠାରୁ ବଡ଼ ଘୋଷଣା । ରେପୋ ରେଟ୍‌ରେ 75 ବେସିସ୍‌ ପଏଣ୍ଟ କାଟ୍‌ ଯୋଗୁଁ ଏହା 4.40%କୁ ହ୍ରାସ ପାଇଛି-ଗୋଟିଏ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ସବୁଠାରୁ ନିମ୍ନରେ ରହିଛି।

ରେପୋ ରେଟ୍‌ ସହ ସିଧାସଳଖ ଭାବେ ସଂଯୁକ୍ତ ବାଣିଜ୍ୟିକ ଋଣର ସୁଧହାର ଉପରେ ଏହାର ଅବ୍ୟବହିତ ପ୍ରଭାବ ପଡ଼ିବ । ଉଦାହରଣ ସ୍ବରୂପ, ଷ୍ଟେଟ୍‌ ବ୍ୟାଙ୍କ୍‌ର ଏକ ପ୍ରକାର ଗୃହ ଋଣ ରହିଛି ଯାହାର ବାହ୍ୟ ବେଞ୍ଚ୍‌ମାର୍କ୍‌ ହାର (EBR) ରେପୋ ରେଟ୍‌ ସହ ସଂଯୁକ୍ତ । ବର୍ତ୍ତମାନ ଏହି EBR ରହିଛି 7.80% । ପରବର୍ତ୍ତୀ ପୁନର୍ନିର୍ଦ୍ଧାରଣ ସମୟରେ EBR 7.05%କୁ ଖସିଆସିବ ଏବଂ ଏହା ଦ୍ବାରା ସଂପୂର୍ଣ୍ଣ ଋଣ ହାର ଅନୁରୂପ ଭାବେ ହ୍ରାସ ପାଇବ । ଏହା ଦ୍ବାରା ସୁଧ ବୋଝ କମିବା ସହିତ ଋଣଦାତାମାନେ ଅତ୍ୟଧିକ ଫାଇଦା ପାଇବେ । ମାର୍ଜିନାଲ କଷ୍ଟ୍‌ ଅଫ୍‌ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ ରେଟ୍‌ ବା MCLR ସହ ସଂଯୁକ୍ତ ଋଣର ହାର କେତେ ହ୍ରାସ ପାଇବ ତାହା ଦେଖିବାକୁ ବାକି ରହିଛି ।

ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ କ୍ରମଶଃ ଏହି ସବୁ ସୁଧହାର କାଟ୍‌ ସଂପର୍କରେ ଘୋଷଣା କରିବେ ବୋଲି ଆଶା କରାଯାଏ । ଜମା, କ୍ଷୁଦ୍ର ସଞ୍ଚୟର ଫାଇଦା କମିବ; ଋଣ ପାଣ୍ଠିର ଲାଭ ହେବ ରେପୋ ରେଟ୍‌ କାଟ୍‌ ଯୋଗୁଁ ସଞ୍ଚୟ, ଫିକ୍‌ସଡ ଏବଂ ରେକରିଂ ଜମା ଏବଂ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ପାଇବ । ସୁଧ ବାବଦରେ ଆପଣଙ୍କ ଉପାର୍ଜନ କେତେ କମିବ, ସେ ସଂପର୍କରେ ଜାଣିବାକୁ ଆପଣଙ୍କ ବ୍ୟାଙ୍କରୁ ମିଳୁଥିବା ସଦ୍ୟତମ ସୂଚନା ଅନୁସରଣ କରିବା ନିହାତି ଆବଶ୍ୟକ ।

କୌଣସି ଏକ ସମୟରେ ସରକାର ହୁଏତ ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଭଳି ଯୋଜନାରେ ସୁଧହାର ହ୍ରାସ ସଂପର୍କରେ ଘୋଷଣା କରିପାରନ୍ତି । କିନ୍ତୁ ଏବେ ଏହା ଜଣାପଡ଼ିନାହିଁ । ରେପୋ ରେଟ୍‌ ହ୍ରାସ ଯୋଗୁଁ ଦୀର୍ଘ ମିଆଦି ଋଣ ପାଣ୍ଠିର ଫାଇଦା ହେବ । ସୁଧହାର କମିବା ସହିତ ବଣ୍ଡ ଦର ବଢ଼ିବ ଏବଂ ଏହି କାରଣରୁ ବଣ୍ଡ ପାଣ୍ଠିର ନେଟ୍‌ ଆସେଟ୍‌ ଭ୍ୟାଲୁ ବା NAV ଉପରକୁ ଉଠିବ । ହେଲେ, ଇକ୍ୟୁଟି ମାର୍କେଟ୍‌ ଅନିଶ୍ଚିତତା ଭିତରେ ରହିବ ଏବଂ ସ୍ବଳ୍ପ ପୁଞ୍ଜିନିବେଶକାରୀମାନେ ବିପଦ ଆଶଙ୍କାକୁ କମ୍‌ କରିବା ପାଇଁ SIP ବିକଳ୍ପକୁ ଗ୍ରହଣ କରିବା ବାଞ୍ଛନୀୟ । ରିଭର୍ସ ରେପୋ, SLR, CRR ହ୍ରାସ ପାଇବାର ପ୍ରଭାବ ଗ୍ରାହକମାନଙ୍କ ପାଇଁ ଋଣ ଉପରେ ସୁଧହାର ହ୍ରାସ କରିବା ଦିଗରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି ଏବଂ ଏହା ଫଳରେ ଏଭଳି ଚାପଗ୍ରସ୍ତ ସମୟରେ ଲୋକେ ସହଜରେ ଋଣ ନେଇପାରିବେ ଏବଂ ସହଜରେ ପରିଶୋଧ କରିପାରିବେ ।

ରେପୋ ରେଟ୍‌ରେ 75 ବେସିସ୍‌ ପଏଣ୍ଟ ହ୍ରାସ ବ୍ୟତୀତ ରିଭର୍ସ ରେପୋ ରେଟ୍‌ରେ 90 ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି ଅର୍ଥାତ୍‌ ରିଜର୍ଭ ବ୍ୟାଙ୍କରେ ବିଭିନ୍ନ ବ୍ୟାଙ୍କ ଜମା କରୁଥିବା ଅର୍ଥ ଉପରେ ସୁଧହାର କମ୍‌ ହୋଇଛି । ଆଜିର ରେଟ୍‌ କାଟ୍‌ ପରେ ରିଭର୍ସ ରେପୋ ରେଟ୍‌ 4%କୁ ହ୍ରାସ ପାଇଛି ଏବଂ ବିଭିନ୍ନ ବ୍ୟାଙ୍କ ପାଇଁ ଏହାକୁ ରିଜର୍ଭ ବ୍ୟାଙ୍କ ଅପେକ୍ଷାକୃତ ଅନାକର୍ଷଣୀୟ କରିଛି । କାରଣ, ନିଷ୍କ୍ରିୟ ଭାବରେ ରିଜର୍ଭ ବ୍ୟାଙ୍କରେ ଅର୍ଥ ଜମା କରି ରଖିବା ବଦଳରେ ବ୍ୟାଙ୍କ ଏହାକୁ ଋଣ ଦେବାରେ ବ୍ୟବହାର କରିବାକୁ ପସନ୍ଦ କରିବ ।

ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କ ପାଇଁ କ୍ୟାଶ ରିଜର୍ଭ ରେସିଓ(CRR)ରେ 100 ବେସିସ୍‌ ପଏଣ୍ଟ ହ୍ରାସ କରି ଏହାକୁ 3% କରିଛି ଏବଂ ଦୈନିକ ସର୍ବନିମ୍ନ CRR ବାଲାନ୍‌ସକୁ 90%ରୁ 80%କୁ ଖସାଇ ଆଣିଛି । ସାମଗ୍ରୀକ ଦୃଷ୍ଟିରୁ ବିଚାର କଲେ, ଏହି ସବୁ ପଦକ୍ଷେପ ଦ୍ବାରା ଆର୍ଥିକ ବ୍ୟବସ୍ଥାରେ ବିପୁଳ ପରିମାଣର ନଗଦ ଟଙ୍କା ପ୍ରବେଶ କରିବ ଏବଂ ଏହା ଦ୍ବାରା ଋଣଦାତାମାନେ ଖୁବ୍‌ କମ୍‌ ସୁଧହାରରେ ଋଣ ଦେବେ ।

ସଂକ୍ଷେପରେ, ସରକାର ଓ ରିଜର୍ଭ ବ୍ୟାଙ୍କ ନେଇଥିବା ସବୁ ପଦକ୍ଷେପ ପ୍ରଶଂସନୀୟ । ଗଭର୍ଣ୍ଣର ଦାସଙ୍କ ଆଜିର ଘୋଷଣା ମଧ୍ୟମ ବର୍ଗ ଭାରତୀୟ ଅନୁଭବ କରୁଥିବା ଆଶଙ୍କାକୁ ବହୁ ପରିମାଣରେ କମ୍‌ କରିବ ।

ABOUT THE AUTHOR

...view details