ଓଡିଶା

odisha

By

Published : Apr 13, 2019, 7:29 PM IST

ETV Bharat / bharat

ରାଫେଲ ଚୁକ୍ତି ପରେ ଅନୀଲ ଅମ୍ବାନୀଙ୍କୁ ୧୧ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟ୍ୟାକ୍ସ ଛାଡ: ଫ୍ରାନ୍ସ ମିଡିଆ

ଏହି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନୀଲ ଅମ୍ବାନୀଙ୍କୁ ୧୬୨.୬ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୧ ଶହ କୋଟି ଟଙ୍କାରୁ ଅଧିକ ଟ୍ୟାକ୍ସ ପୈଇଠ କରିବାର ଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରେ ଫ୍ରାନ୍ସ ଅଧିକାରୀ ଛାଡ କରି ଦେଇଥିଲେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ପ୍ରାୟ ଦିନ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଛି। ପୁଣି ଏହି ମାମଲାରେ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ରାଫେଲ ଚୁକ୍ତି ପରେ ଅନୀଲ ଅମ୍ବାନୀଙ୍କ ଟ୍ୟାକ୍ସ ଛାଡ କରିଥିଲେ ଫ୍ରାନ୍ସ ଅଧିକାରୀ । ଯାହାର ଖୁଲାସା କରିଛନ୍ତି ଫ୍ରାନ୍ସର ସ୍ଥାନୀୟ ଗଣମାଧ୍ୟମ ।

ଏହି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନୀଲ ଅମ୍ବାନୀଙ୍କୁ ୧୬୨.୬ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୧ ଶହ କୋଟି ଟଙ୍କାରୁ ଅଧିକ ଟ୍ୟାକ୍ସ ପୈଇଠ କରିବାର ଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରେ ଫ୍ରାନ୍ସ ଅଧିକାରୀ ଛାଡ କରି ଦେଇଥିଲେ ।

'ରିଲାଏନ୍ସ ଅଟଲାଣ୍ଟିକ ପ୍ଲ୍ୟାଗ ଫ୍ରାନ୍ସ'କୁ ପିଏମ ମୋଦିଙ୍କ ଫ୍ରାନ୍ସ ଗସ୍ତ ପରେ ବହୁତ ବଡ ଫାଇଦା ମିଳିଥିଲା । ଯେତେବେଳେ ମୋଦି ଫ୍ରାନ୍ସ ସହ ରାଫେଲ ଚୁକ୍ତି ଘୋଷଣା କରିଥିଲେ ସେତେବେଳେ ଅମ୍ବାନୀଙ୍କ ଋଣ ଛାଡ କରାଯାଇଥିଲା ବୋଲି ମିଡିଆ ରିପୋର୍ଟରେ ଦର୍ଶାଯାଇଛି ।

ଫ୍ରାନ୍ସର ସ୍ଥାନୀୟ ଖବର କାଗଜ 'ଲେ ମାଣ୍ଡେ' ଅନୁସାରେ ଏହି ଟ୍ୟାକ୍ସ ବିବାଦକୁ ୨୦୧୫ରେ ସମାଧାନ କରାଯାଇଥିଲା । ଯେତେବେଳେ ଭାରତ ଓ ଫ୍ରାନ୍ସର ଦସାଲ୍ଟ ଏବିଏଶନ ମଧ୍ୟରେ ରାଫେଲ ଚୁକ୍ତି ହୋଇଥିଲା । ଏହାପୂର୍ବରୁ କିଛି ମାସ ପୂର୍ବେ ପିଏମ ମୋଦି ୨୦୧୫ ଏପ୍ରିଲରେ ଫ୍ରାନ୍ସ ଗସ୍ତ କରିଥିଲେ । ସେହି ଗସ୍ତରେ ଭାରତ ଫ୍ରାନ୍ସର ଦସାଲ୍ଟରୁ ୩୬ଟି ଯୁଦ୍ଧ ବିମାନ କିଣିବ ବୋଲି ଘୋଷଣା କରାଯାଇଥିଲା ।

ରିପୋର୍ଟ ଅନୁସାରେ ୨୦୦୭ରୁ ୨୦୧୦ ମଧ୍ୟରେ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଉପରେ ୬୦ ମିଲିୟନ ୟୁରୋର ଟ୍ୟାକ୍ସ ଧାର ଥିଲା । ରିଲାଏନ୍ସ ଅଟଲାଣ୍ଟିକ ପ୍ଲ୍ୟାଗ ଫ୍ରାନ୍ସ ୭.୬ ମିଲିୟନ ୟୁରୋ ଟ୍ୟାକ୍ସ ଦେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଫ୍ରାନ୍ସ ଅଧିକାରୀ ଏହି ମାମଲାରେ ଆଗ ଆଉ ତଦନ୍ତ କରିବାକୁ ମନା କରିଦେଇଥିଲେ । ୨୦୧୦ରୁ ୨୦୧୨ ମଧ୍ୟରେ ଆଉ ଏକ ତଦନ୍ତ ଫ୍ରାନ୍ସ ଅଧିକାରୀ କରିଥିଲେ । ଏଥର ଅମ୍ବାନୀଙ୍କ କମ୍ପାନୀକୁ ୯୧ ମିଲିୟନ ୟୁରୋ ଟ୍ୟାକ୍ସ ଆକାରରେ ଦେବାକୁ କୁହାଯାଇଥିଲା ।

ଏହାପରେ ଏପ୍ରିଲ ୨୦୧୫ରେ ପିଏମ ମୋଦି ଫ୍ରାନ୍ସ କମ୍ପାନୀ ଦସାଲ୍ଟ ଏବିଏଶନ ସହ ୩୬ଟି ରାଫେଲ ବିମାନ କ୍ରୟ କରିବାର ଚୁକ୍ତ ଉପରେ ଘୋଷଣା କରିଥିଲେ । ଏହାପରେ ଏହି ଟ୍ୟାକ୍ସ ରାଶି ବୃଦ୍ଧି ପାଇଁ ପ୍ରାୟ ୧୫୧ ମିଲିୟନ ୟୁରୋରେ ପହଞ୍ଚିଥିଲା । ପରେ ସମସ୍ତ ବର୍ଦ୍ଧିତ ଟ୍ୟାକ୍ସ ରାଶିକୁ ଫ୍ରାନ୍ସ ଅଧିକାରୀ ଛାଡ କରିଥିଲେ ।

ABOUT THE AUTHOR

...view details