ଅମରାବତୀ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ନାରାୟଣ ସ୍ବାମୀ ଶନିବାର ରାତିରେ ତବଲିଗୀ ଜାମାତ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ନେତା ଟ୍ବିଟ୍ କରି କହିଛନ୍ତି, ଯଦି କୋରୋନା ପରୀକ୍ଷା ପାଇଁ ଦିଲ୍ଲୀ ଯାଇଥିବା ସମସ୍ତଙ୍କ ପାଇଁ ବ୍ୟବହାର କରିଥିବା କିଛି ଶବ୍ଦ ଆଘାତ ଦେଇଛି, ତେବେ ସେ ଏଥିପାଇଁ କ୍ଷମା ମାଗୁଛି । ଏହା ସହ ସେ ତୁରନ୍ତ ସେହି ମନ୍ତବ୍ୟ ପ୍ରତ୍ୟାହାର କରୁଛି ବୋଲି ପ୍ରକାଶ କରିଛନ୍ତି ।
ତବଲିଗୀ ସଦସ୍ୟଙ୍କ ଖାଦ୍ୟ ଅଭ୍ୟାସ ବିଷୟରେ ମନ୍ତବ୍ୟ ଦେଇ ନାରାୟଣ ସ୍ବାମୀଙ୍କୁ ବିଭିନ୍ନ ମହଲରୁ ନିନ୍ଦା ଶୁଣିବାରୁ ପଡିଥିଲା । ପରେ ସେ ଉଲ୍ଲେଖ କରିଥିବା ଭିଡିଓ ନକଲି ବୋଲି ଜଣାପଡିଥିଲା । ସେ ପୁଣି କହିଥିଲେ, ‘ତବଲିଗୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନେ ରାଜ୍ୟକୁ ନ ଆସନ୍ତି । ତେବେ ଆନ୍ଧ୍ରପ୍ରଦେଶରେ 26ରୁ ଅଧିକ କୋରୋନା ପଜିଟିଭ ମାମଲା ରହିବ ନାହିଁ ।’