ଓଡିଶା

odisha

ETV Bharat / bharat

ଘାରିଛି ପଥଚାରୀଙ୍କ ଚିନ୍ତା, 15 ବର୍ଷ ହେବ ବାଣ୍ଟୁଛନ୍ତି ଦହିପାଣି - social activist

ଏବେ ବି ଲୋକଙ୍କ ଭିତରେ ବଞ୍ଚିରହିଛି ମାନବିକତା । ନିଜ କଥା ଛାଡି ପଥଚାରୀଙ୍କ କଥା ଚିନ୍ତା କରିବା ପାଇଁ ଅଛି ସମୟ । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଆନ୍ଧ୍ରପ୍ରଦେଶର ବିଜୱାଡାର ସତ୍ୟନାରାୟଣ । ତେବେ ସେ ଦୀର୍ଘ 15 ବର୍ଷ ହେବ ପ୍ରତି ବର୍ଷ ଖରା ମାସରେ ପଥଚାରୀଙ୍କୁ ଦହିପାଣି ଏବଂ ଥଣ୍ଡାପାନୀୟ ବାଣ୍ଟି ପାଇଥାନ୍ତି ଖୁସି।

ଫଟୋ ସୌଜନ୍ୟ : ଏଏନଆଇ

By

Published : May 19, 2019, 9:46 PM IST

ଅମରାବତୀ: ପ୍ରଚଣ୍ଡ ଖରାରେ ତାତୁଛି ସାରା ଦେଶ । ତେବେ ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ କଥା ଭାବିବାକୁ ଲୋକଙ୍କ ପାଖରେ ସମୟ ନଥିବା ବେଳେ ପଥଚାରୀଙ୍କ କଥା ଚିନ୍ତା କରି ଚର୍ଚ୍ଚାରେ ଏହି ବ୍ୟକ୍ତି । ଡହଡହ ଖରାରୁ ଲୋକଙ୍କୁ ତ୍ରାହି ଦେବାକୁ ରାସ୍ତା କଡରେ ବାଣ୍ଟୁଛନ୍ତି ଦହିପାଣି । ଆନ୍ଧ୍ରପ୍ରଦେଶ ବିଜୟୱାଡାର ସମାଜସେବୀ ସତ୍ୟନାରାୟଣ ।

ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ 15 ବର୍ଷ ହେବ ସେ ଏହି କାମ କରିଆସୁଛନ୍ତି । ଖରା ଦିନ ଆସିଲେ ସେ ତାଙ୍କ କାମ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ରାସ୍ତାକଡରେ କିଛି ଲୋକଙ୍କ ସହାୟତାରେ ସେ ପଥଚାରୀଙ୍କୁ ଦହିପାଣି ଓ ଥଣ୍ଡାପାଣି ବଣ୍ଟନ କରିଥାନ୍ତି ।

ତାଙ୍କର ଏଭଳି କାମକୁ ସ୍ଥାନୀୟ ଲୋକଙ୍କ ସମେତ ବାହାରୁ ଆସୁଥିବା ଯାତ୍ରୀ ମଧ୍ୟ ଖୁବ ପ୍ରଶଂସା କରିଥାନ୍ତି । ଲୋକଙ୍କୁ ଖରାରୁ ଟିକିଏ ତ୍ରାହି ମିଳିବ ଭାବି ପ୍ରଥମେ ସତ୍ୟ ଆରମ୍ଭ କରିଥିଲେ ଏହି କାମ । ବର୍ତ୍ତମାନ ଏହା ଅଭ୍ୟାସରେ ପରିଣତ ହେଲାଣି । ଖରା ଦିନ ଆରମ୍ଭ ହେବା କ୍ଷଣି ସେ ମଧ୍ୟ ନିଜ କାମରେ ଲାଗିପଡନ୍ତି । ଏବେ ବି ଲୋକଙ୍କ ଭିତରେ ମାନବିକତା ବଞ୍ଚିରହିଛି ବୋଲି ସେ ପ୍ରମାଣ କରିଦେଖାଇଛନ୍ତି ।

ABOUT THE AUTHOR

...view details