ଭୋଟିଂବେଳେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ - ମତଦାନ ଚାଲୁ
10:25 February 08
ଭୋଟିଂବେଳେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା ବେଳେ ଅଘଟଣ । ଉତ୍ତର-ପୂର୍ବ ଦିଲ୍ଲୀ ବିଧାନସଭା କ୍ଷେତ୍ରର ବାବରପୁର ପ୍ରାଥମିକ ବିଦ୍ୟାଳୟର ପୋଲିଂ ବୁଥରେ ଜଣେ ନିର୍ବାଚନ ଅଧିକାରୀଙ୍କର ମୃତ୍ୟୁ ଘଟିଛି । ମୃତର କାରଣ ହୃଦଘାତ ବୋଲି ଜଣାପଡିଥିବାବେଳେ, ମୃତ ଅଧିକାରୀ ଜଣକ ହେଲେ ଉଦ୍ଧମ ସିଂ ।
ସୂଚନାଯୋଗ୍ୟ, ଗତକାଲି ରାତିରେ ଉକ୍ତ ଅଧିକାରୀଙ୍କ ସମେତ ପୋଲିଂ ଟିମ ସମସ୍ତେ ଥାନାରେ ଉପସ୍ଥିତ ଥିଲେ । ଆଜି ସକାଳୁ ବୁଥକୁ ଯିବା ପାଇଁ ସମସ୍ତ ପ୍ରସ୍ତୁତ ସରିଥିବାବେଳେ, ଏହି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଉଦ୍ଧମ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ ମଧ୍ୟ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।