ଇମ୍ପାଲ: ମହାମାରୀ କାଳରେ ଡରାଉଛି ପ୍ରକୃତି। ବାରମ୍ବାର ଭୂକମ୍ପର ଝଟକାରେ ଥରୁଛି ଦେଶ। ବିଭିନ୍ନ ସ୍ଥାନରୁ ଅନେକ ବାର ଭୂକମ୍ପର ଖବର ଆସୁଥିବା ବେଳେ ଏହାକୁ ନେଇ ଭୟରେ କାଳାତିପାତ କରୁଛନ୍ତି ଲୋକେ।
ଭୂକମ୍ପରେ ଥରିଲା ମଣିପୁର, ତୀବ୍ରତା 3.5 ରେକର୍ଡ - An earthquake of magnitude 3.5 occurred in Churachandpur
ମଣିପୁରରକୁ ଭୂକମ୍ପର ଝଟକା। ତେବେ ଚୁରାଚାନ୍ଦପୁରରେ 3.5 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି।
ଭୂକମ୍ପରେ ଥରିଲା ମଣିପୁର, ତୀବ୍ରତା 3.5 ରେକର୍ଡ
ଭୂକମ୍ପରେ ଥରିଲା ମଣିପୁର। ମଙ୍ଗଳବାର ସକାଳ ପ୍ରାୟ 05:52 ରେ ଭୂକମ୍ପର ଝଟକା ଲାଗିଥିଲା। ତେବେ ଚୁରାଚାନ୍ଦପୁରରେ 3.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ସୂଚନା ଦେଇଛି। ତେବେ କ୍ଷୟକ୍ଷତିର କୌଣସି ଆକଳନ କରାଯାଇ ନାହିଁ। ସ୍ଥାନୀୟ ଲୋକଙ୍କୁ ଭୟଭୀତ ନହେବାକୁୁ ପ୍ରଶାସନ ଅନୁରୋଧ କରିଛି ।