ଓଡିଶା

odisha

ETV Bharat / bharat

‘A-SATର ସଫଳ ପରୀକ୍ଷଣ, ଭାରତ ଏବେ ଅନ୍ତରୀକ୍ଷ ମହାଶକ୍ତି'

ଡିଆରଡିଓ ଏବଂ ଇସ୍ରୋର ମିଳିତ ପ୍ରୟାସରେ ଦେଶକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି । ମିଶନ ଶକ୍ତି ଅପରେସନରେ ଦେଶ ଅନ୍ତରୀକ୍ଷ କ୍ଷେତ୍ରରେ ବଡ ଉପଲବ୍ଧି ହାସଲ କରିଛି । ମାତ୍ର 3 ମିନିଟରେ ଭାରତ 300 କିଲୋମିଟର ଦୂରରେ ଅବସ୍ଥିତ ଏଲଇଓ ( low earth orbit) ସାଟେଲାଇଟକୁ ଖସାଇ ଦେଇଛି ।

By

Published : Mar 27, 2019, 3:02 PM IST

Updated : Mar 27, 2019, 4:11 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଅନ୍ତରୀକ୍ଷ ମହାଶକ୍ତି ବନିଯାଇଛି । ଆଜି ଡିଆରଡିଓ ଏବଂ ଇସ୍ରୋର ମିଳିତ ପ୍ରୟାସରେ ଦେଶକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି । ମିଶନ ଶକ୍ତି ଅପରେସନରେ ଭାରତଅନ୍ତରୀକ୍ଷ କ୍ଷେତ୍ରରେ ବଡ ଉପଲବ୍ଧି ହାସଲ କରିଛି । ମାତ୍ର 3 ମିନିଟରେ300 କିଲୋମିଟର ଦୂରରେ ଅବସ୍ଥିତ ଏଲଇଓ ( low earth orbit) ସାଟେଲାଇଟକୁ ଖସାଇ ଦିଆଯାଇଛି। ‘ମିଶନ ଶକ୍ତି’ ଅପରେସନ ଜରିଆରେ ଭାରତ ଏହି ସଫଳତା ହାସଲ କରିଛି ।

ଆଣ୍ଟି ମିସାଇଲ ସାଟେଲାଇଟ A-SAT ମାଧ୍ୟମରେଭାରତ ଏହି ଉପଲବ୍ଧି ହାସଲ କରିଛି । A-SAT ଲଞ୍ଚର ମାତ୍ର 3 ମିନିଟ ଭିତରେ ଟାର୍ଗେଟକୁ ହିଟ କରିଥିଲା । ଏହି ଅପରେସନ ଅତ୍ୟନ୍ତ କଠିନ ଏବଂ ଚ୍ୟାଲେଞ୍ଜିଙ୍ଗଥିଲା ବୋଲି ପ୍ରଧାନମନ୍ତ୍ରୀ ଏହି ସମ୍ବୋଧନରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି। ମହାକାଶରେ ଭାରତର ଆନେକ ଉପଗ୍ରହ ଅବସ୍ଥାପିତ ହୋଇଥିବାରୁ ଆଜିର ଏହି ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମୋଦି କହିଛନ୍ତି ।

Last Updated : Mar 27, 2019, 4:11 PM IST

For All Latest Updates

ABOUT THE AUTHOR

...view details