ଓଡିଶା

odisha

ETV Bharat / bharat

ଜାନୁଆରୀ 31ରେ ଅବସର ନେବେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ

ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ କୁମାର ପଟ୍ଟନାୟକ ଜାନୁଆରୀ 31 ତାରିଖରେ ଅବସର ଗ୍ରହଣ କରିବେ ।  ବିଗତ କିଛି ଦିନ ଧରି ଜାରି ରହିଥିବା ଅଶାନ୍ତ ଦିଲ୍ଲୀ ମାହୋଲକୁ ସ୍ଥିର, ଓ ନିୟନ୍ତ୍ରଣାଧିନ ରଖିବାରେ ଅମୂଲ୍ୟଙ୍କ କଡା ପଦକ୍ଷେପ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

Amulya Patnaik to retire on January 31, Delhi Police to get new commissioner
ଫାଇଲ ଫଟୋ

By

Published : Jan 15, 2020, 12:01 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ କୁମାର ପଟ୍ଟନାୟକ ଜାନୁଆରୀ 31 ତାରିଖରେ ଅବସର ଗ୍ରହଣ କରିବେ । ବିଗତ କିଛି ଦିନ ଧରି ଜାରି ରହିଥିବା ଅଶାନ୍ତ ଦିଲ୍ଲୀ ମାହୋଲକୁ ସ୍ଥିର, ଶାନ୍ତ ରଖିବାରେ ଅମୂଲ୍ୟ କଡା ପଦକ୍ଷେପ ଗ୍ରହଣ କରିଥିଲେ । ଦିଲ୍ଲୀ ପୋଲିସ ଓ ଓକଲି ଆନ୍ଦୋଳନ ଠାରୁ ଆରମ୍ଭ କରି ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଦିଲ୍ଲୀ ପୋଲିସ କମିଶନର ଭାବେ ସେ ଉଭୟ କଠୋର ଓ ଚତୁରତାର ସହ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ।

ଜାନୁଆରୀ 31ରେ ଅବସର ନେବେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ


୧୯୮୫ ଏଜିଏମ୍‌ୟୁଟି କ୍ୟାଡରର ଅମୂଲ୍ୟ ପୂର୍ବରୁ ସେଣ୍ଟ୍ରାଲ, ଇଷ୍ଟ ଓ ସାଉଥ ଦିଲ୍ଲୀରେ ଡିସିପି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ଅମୂଲ୍ୟ । 2017 ପରଠାରୁ ଦିଲ୍ଲୀ ଦାୟିତ୍ବ ସମ୍ଭାଳିଥିବା ଅମୂଲ୍ୟ ଚଳିତ ମାସ ଶେଷ ତାରିଖରେ ଦିଲ୍ଲୀ ପୋଲିସ କମଶନର ପଦରୁ ଅବସର ଗ୍ରହଣ କରିବେ । ଜାନୁଆରୀ 8 ତାରିଖରେ ଅମୂଲ୍ୟ କୁମାର ପଟ୍ଟନାୟକଙ୍କ ଅବସର ନେଇ ଏକ ନିର୍ଦ୍ଦେଶ ପତ୍ର ଜାରି କରିଥିଲା ଦିଲ୍ଲୀ ଗୃହ ବିଭାଗ । ପରେ ଏହାକୁ ଉପରାଜ୍ୟପାଳ ଅନୀଲ ବୈଜାଲ ଅନୁମୋଦନ କରିଥିଲେ ।

ଆଗକୁ ଦିଲ୍ଲୀ ନିର୍ବାଚନ । ଏହାସହ ଦିଲ୍ଲୀରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଛି । ଆଇନଶୃଙ୍ଖଳା ରକ୍ଷା ସହ ନିର୍ବାଚନ ସୁରକ୍ଷା ସମ୍ଭାଳିବା ପାଇଁ ଦିଲ୍ଲୀରେ ନୂତନ ପୋଲିସ କମିଶନରଙ୍କ ନିଯୁକ୍ତି ଅମୂଲ୍ୟ ପଟ୍ଟନାୟକଙ୍କ ଅବସର ଗ୍ରହଣର ତୁରନ୍ତ ବାଦ କରାଯିବ । ସୂଚନା ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସରିଛି । ଆସନ୍ତା ଫେବୃଆରୀ ୮ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୧୧ ତାରିଖରେ ଏହାର ଫଳାଫଳ ବାହାରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ପ୍ରକାଶ କରିଛନ୍ତି ।


ସୂତ୍ର ମୁତାବକ 1985 ବ୍ୟାଚର ଆଇପିଏସ ଏସଏନ ଶ୍ରୀବାସ୍ତବ ଅମୂଲ୍ୟ କୁମାର ପଟ୍ଟନାୟକଙ୍କ ଉତ୍ତରାଧିକାରୀ ରେସରେ ରହିଛନ୍ତି । ଏତଦ୍‌ବ୍ୟତୀତ ସିବିଆଇର ପୂର୍ବତନ ଡିଜି ରାକେଶ ଆସ୍ଥାନା ଏହି ରେସରେ ମଧ୍ୟ ରହିଛନ୍ତି ।

ABOUT THE AUTHOR

...view details