ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ବଜାରକୁ ଆସିବ ଅମୁଲର ଗୋଲ୍ଡନ ମିଳ୍କ - ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ମହାମାରୀ କୋରୋନା ସହ ଲଢିବାକୁ ଅମୁଲ ଇଣ୍ଡିଆ ପକ୍ଷରୁ ଗୋଲ୍ଡେନ ମିଲ୍କ ଲଞ୍ଚ ହୋଇଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

Amul launch
ଅମୁଲର ଗୋଲ୍ଡନ ମିଳ୍କ

By

Published : Apr 29, 2020, 3:36 PM IST

ଅହମ୍ମଦାବାଦ: ଭାରତରେ ଆୟୁର୍ବେଦ ଚିକିତ୍ସା ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ବଡରୁ ବଡ ରୋଗ ପାଇଁ ଆୟୁର୍ବେଦିକ ଚିକିତ୍ସା ବେଶ ପ୍ରଭାବଶାଳୀ ମଧ୍ୟ ହୋଇଛି। ଯାହାକୁ ନଜରରେ ରଖି ଦେଶର ଲୋକପ୍ରିୟ ଅମୁଲ ଇଣ୍ଡିଆ ପକ୍ଷରୁ ହଳଦୀକୁ ନେଇ ତିଆରି କରିଛି ଗୋଲ୍ଡେନ ମିଲ୍କ ।

ଗୋଲ୍ଡନ ମିଳ୍କ ଲଞ୍ଚ ନେଇ ଏମଡିଙ୍କ ସୂଚନା

ମହାମାରୀ କୋରୋନା ସହ ଲଢିବାକୁ ଅମୁଲ ଇଣ୍ଡିଆ ପକ୍ଷରୁ ଗୋଲ୍ଡେନ ମିଲ୍କ ଲଞ୍ଚ ହୋଇଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । ଏଥିରେ ମୁଖ୍ୟ ଉପାଦାନ ରହିଛି ହଳଦୀ । ତେବେ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ହଳଦୀ ମିଶା କ୍ଷୀର ବହୁତ ଲାଭକାରୀ ହୋଇଥାଏ ବୋଲି କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ଅମୁଲ ଇଣ୍ଡିଆର କୋଟି କୋଟି ଖାଉଟିଙ୍କ ପାଇଁ ଆଣିଛି ଗୋଲ୍ଡେନ ମିଳ୍କ ।

ଏନେଇ ସୂଚନା ଦେଇଛନ୍ତି ଅମୁଲ ଇଣ୍ଡିଆର ଏମଡି ଆରଏସ୍ ସୋଧୀ । ଏବେ ଏହି 200 ମିଲି ଲିଟର ପ୍ୟାକକୁ 30 ଟଙ୍କା ମୂଲ୍ୟରେ ମାର୍କେଟରେ ବିକ୍ରି କରିବାକୁ ଯୋଜନା କରାଯାଇଛି । ଖୁବଶୀଘ୍ର ଏହା ଏକ ସପ୍ତାହ 10 ଦିନ ମଧ୍ୟରେ ଭାରତ ବଜାରର 10 ଲକ୍ଷ ଅମୁଲ ବିକ୍ରେତା ଦୋକାନରେ ଉପଲବ୍ଧ ହେବ ବୋଲି ଆରଏସ୍ ସୋଧି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details