ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷରୁ ମନ୍ତ୍ରୀପଦ ପାଇବେ ଅମିତ ଶାହ । ଏନେଇ ଏକପ୍ରକାର ସ୍ପଷ୍ଟ ହୋଇ ସାରିଲାଣି । ମୋଦି କ୍ୟାବିନେଟକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏହା ଉପରୁ ପରଦା ହଟାଇଛନ୍ତି ଗୁଜୁରାଟ ବିଜେପି ଅଧ୍ୟକ୍ଷ ଜିତୁ ବଘାନି ।
ମନ୍ତ୍ରୀପଦ ପାଇବେ ଶାହ !
ମୋଦି ସରକାରରେ ମନ୍ତ୍ରୀ ହେବେ ଅମିତ ଶାହ । ଏନେଇ ସ୍ପଷ୍ଟ କଲେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ।
ଫାଇଲ ଫଟୋ
ଅମିତ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଟ୍ବିଟ କରି ଜଣାଇଛନ୍ତି ଜିତୁ । ଆଉ ଏହି ଅବସରରେ ସେ ଶାହଙ୍କୁ ବି ଦେଇ ସାରିଲେଣି ଶୁଭେଚ୍ଛା । ଆଜି ସନ୍ଧ୍ୟା 7ଟାରେ ଦ୍ବିତୀୟ ଥର ପାଇଁ ପିଏମ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । 50ରୁ ଊର୍ଦ୍ଧ୍ବ ମନ୍ତ୍ରୀ ତାଙ୍କ ସହ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।