ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ ଫର୍ମୁଲା, 20 ବର୍ଷ ପରେ ଦୋହରିଲା ଇତିହାସ

ଯାହା ବିଜେପିର ବାଜପେୟୀ ଓ ଆଡଭାନୀଙ୍କ ଯୋଡି କରିଥିଲା ତାହା 20 ବର୍ଷ ପରେ ମୋଦି ଓ ଶାହାଙ୍କ ଯୋଡି ଦୋହରାଇଛି । 20 ବର୍ଷ ପୂର୍ବେ ଉତ୍ତରପ୍ରଦେଶରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଜପେୟୀ ଗୁଜୁରାଟର ଗାନ୍ଧୀନଗରରୁ ସାଂସଦ ହୋଇଥିବା ଲାଲକୃଷ୍ଣ ଆଡଭାନୀଙ୍କୁ କ୍ୟାବିନେଟରେ ଗୃହମନ୍ତ୍ରୀ କରିଥିବା ବେଳେ ଏବେ ପୁଣିଥରେ ମୋଦି ଓ ଶାହାଙ୍କ ଯୋଡି ସେହି ଫର୍ମୁଲାକୁ ଆପଣାଇଛି ।

ଫାଇଲ ଫଟୋ

By

Published : Jun 1, 2019, 12:45 AM IST

ନୂଆଦିଲ୍ଲୀ: କୁହାଯାଏ କି ଇତିହାସ ନିଜେ ନିଜକୁ ଦୋହରାଇଥାଏ । ସମୟର ଚକ ନିଶ୍ଚିତ ଘୂରିଥାଏ । ସେହି ବିଜେପି, ସେହି ଉତ୍ତର ପ୍ରଦେଶ ଓ ଗୁଜୁରାଟ 20 ବର୍ଷ ପୂର୍ବର ସେହି ପୁରୁଣା ଇତିହାସକୁ ଦୋହରାଇଛି ।

କେବେ ଦୁଇଟି ସାଂସଦ ଥିବା ଭାରତୀୟ ଜନତା ପାର୍ଟି ଆଜି 300ରୁ ଅଧିକ ଆସନ ସହିତ ଶାସନର ଶିଖରରେ ଅଛି । ବିଜେପିର ଏହି ଶାସନ କାଳରେ ପୁଣି ଏପରି କିଛି ଦେଖିବାକୁ ମିଳିଛି ଯାହା ଦୁଇ ଦଶକ ପୂର୍ବରୁ ଦେଖିବାକୁ ମିଳିଥିଲା । ଯାହା ବିଜେପିର ବାଜପେୟୀ ଓ ଆଡଭାନୀଙ୍କ ଯୋଡି କରିଥିଲା ତାହା ଏବେ ମୋଦି ଓ ଶାହାଙ୍କ ଯୋଡି ଦୋହରାଇଛି ।

ଯେବେ ବାଜପେୟୀ ଓ ଆଡଭାନୀ ହୋଇଥିଲେ ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ

ଯେବେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ବିଜେପି କ୍ଷମତାକୁ ଆସିଲା ସେତେବେଳେ ବାଜପେୟୀ ଓ ଆଡଭାନୀଙ୍କ ଯୋଡି ବେଶ୍‌ ଚର୍ଚ୍ଚାରେ ଥିଲା । ଦୁଇଜଣ ମିଶି ବିଜେପିକୁ ଶୂନ୍ୟରୁ ଶିଖର ଯାଏ ନେବାର କାମ କରିଥିଲେ । 1998 ମସିହାରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ସାଂସଦ ହୋଇ ଆସିଥିବା ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସରକାରର ଦ୍ବିତୀୟ ନମ୍ବରରେ ଥିଲେ ଲାଲକୃଷ୍ଣ ଆଡଭାନୀ । ଗାନ୍ଧୀନଗରରୁ ସାଂସଦ ହୋଇଥିବା ଆଡଭାନୀ ବାଜପେୟୀ ସରକାରରେ ଗୃହମନ୍ତ୍ରୀ ହୋଇଥିଲେ ।

ମୋଦି ଓ ଶାହା ଦୋହରାଇଲେ ଇତିହାସ

ଏବେ ଇତିହାସ ପୁଣିଥରେ କଡ ଲେଉଟାଇଛି । ବିଜେପି ଲଗାତାର ଦ୍ବିତୀୟ ଥର ପୂର୍ଣ୍ଣ ବହୁମତ ସହ ଶାସନ କ୍ଷମତାକୁ ଆସିଛି । ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରାଣାସୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଛନ୍ତି । ମୋଦି ନିଜର ଦ୍ବିତୀୟ କାର୍ଯ୍ୟକାଳରେ ଗୁଜୁରାଟର ଗାନ୍ଧୀନଗଗର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ତାଙ୍କର ସବୁଠୁ ଖାସ୍‌ ଅମିତ ଶାହାଙ୍କୁ ଗୃହମନ୍ତ୍ରୀ କରିଛନ୍ତି ।

ଏହିପରି ଭାବରେ କେନ୍ଦ୍ରରେ ବିଜେପି ପୁଣିଥରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଫର୍ମୁଲା ଆପଣାଇଛି, ଯାହା ବାଜପେୟୀ ଓ ଆଡଭାନୀଙ୍କ ସମୟରେ ହୋଇଥିଲା ।

ABOUT THE AUTHOR

...view details