ଓଡିଶା

odisha

ETV Bharat / bharat

ଦିଲ୍ଲୀ ନଗରନିଗମ ମେଏରଙ୍କ ସହ ଅମିତ ଶାହାଙ୍କ ଆଲୋଚନା

ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ, ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏସଡିଏମଏ ସଦସ୍ୟଙ୍କ ସହ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବେ। ଏହି ସାକ୍ଷାତକାରରେ କୋଭିଡ-19 ସମ୍ପର୍କରେ ପ୍ରସ୍ତୁତିର ସମୀକ୍ଷା କରାଯିବ ।

ମେଏରଙ୍କ ସହ ଅମିତ ଶାହାଙ୍କ ଆଲୋଚନା
ମେଏରଙ୍କ ସହ ଅମିତ ଶାହାଙ୍କ ଆଲୋଚନା

By

Published : Jun 14, 2020, 10:39 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ, ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏସଡିଏମଏ ସଦସ୍ୟଙ୍କ ସହ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବେ। ଏହି ସାକ୍ଷାତକାରରେ କୋଭିଡ-19 ସମ୍ପର୍କରେ ପ୍ରସ୍ତୁତିର ସମୀକ୍ଷା କରାଯିବ ।

ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି। କୋଭିଡ-19ର ପ୍ରସ୍ତୁତି ସମ୍ପର୍କରେ 3 ଜଣ ଏମସିଡି ମେଏର, କମିଶନରଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକ ଆରମ୍ଭ ହୋଇଛି।

ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ବୈଠକରେ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି । ବୈଠକ ପରେ ଏକ ଟ୍ବିଟରେ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀରେ କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର ତୁରନ୍ତ ଦିଲ୍ଲୀକୁ 500 ରେଳ କୋଚ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ କୋରୋନାରେ 1271 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ଅତି ଶୀଘ୍ର ବ୍ୟାପୁଛି । ଏହା ସହିତ ଦିଲ୍ଲୀରେ ମୋଟ ସଂକ୍ରମଣ ସଂଖ୍ୟା 38958 ହୋଇଛି, ସେଥିମଧ୍ୟରୁ 22742 ଟି ସକ୍ରିୟ ମାମଲା ଅଛି।

ABOUT THE AUTHOR

...view details