ନୂଆଦିଲ୍ଲୀ: ଲଦାଖ ବିବାଦକୁ ନେଇ ସୋମବାର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବୟାନକୁ ନେଇ କଂଗ୍ରେସକୁ ବିଜେପିର ପ୍ରତିଆକ୍ରମଣ । ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲଭିଆ କହିଛନ୍ତି,‘ ମନମୋହନ ସିଂଙ୍କ ଉପଦେଶ ଗ୍ରହଣ କର, ଯାହାଙ୍କ ଅଧ୍ୟାଦେଶ ରାହୁଲ ଗାନ୍ଧୀ ସର୍ବସାଧାରଣରେ ଚିରି ଦେଇଥିଲେ । ପୁଣି ସେତେବେଳେ ସେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ’।
ରାହୁଲଙ୍କ ବୟାନରେ ବିଜେପିର ଜବାବ, କଂଗ୍ରେସ ଶାସନକାଳରେ ଜମି ହାତେଇଛି ଚୀନ
ଲଦାଖ ବିବାଦକୁ ନେଇ ସୋମବାର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବୟାନକୁ ନେଇ କଂଗ୍ରେସକୁ ବିଜେପିର ପ୍ରତିଆକ୍ରମଣ ।
ସେ ଲେଖିଛନ୍ତି , ଡ଼ଃ ମନମୋହନ ସିଂ ଓ ରାହୁଲ ଗାନ୍ଧୀ ଜାଣନ୍ତି ଯେ କଂଗ୍ରେସ ନିଜ ଶାସନ ସମୟରେ ଚୀନକୁ ଭାରତର ଅଧିକାଂଶ ଅଂଶ ଦଖଲ କରିବାକୁ ସୁଯୋଗ ଦେଇଛି । ପ୍ରକାଶଥାଉକି, ମନମୋହନ ସିଂ ତାଙ୍କ ବିବୃତ୍ତିରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଦେଶ ଏକଜୁଟ ହେବାର ସମୟ ଆସିଛି, ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବୟାନକୁ ଯତ୍ନର ସହ ଉପସ୍ଥାପନା କରିବା ଉଚିତ । ଫଳରେ ଚୀନ ଏହାକୁ ଦୂରୁପଯୋଗ କରିପାରିବ ନାହିଁ।
ପୂର୍ବତନ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଆମ ସରକାରଙ୍କ ନିଷ୍ପତ୍ତି ଓ ସରକାରଙ୍କ ପଦକ୍ଷେପ ନିଷ୍ପତ୍ତି ନେବ ଯେ, ଆମର ଆଗାମୀ ପିଢି କିପରି ହେବେ। ଯେଉଁମାନେ ଆମ ଦେଶର ନେତୃତ୍ବ ନେବେ, ସେମାନଙ୍କ କାନ୍ଧରେ ବର୍ତ୍ତମାନ ଦାୟିତ୍ବ । ଏହା ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ । ଏହାପରେ ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି । ରାହୁଲଙ୍କ ଏହି ଟ୍ବିଟରେ ଅମିତ ମାଲଭିଆ ପ୍ରତିଆକ୍ରମଣ କରିଛନ୍ତି ।