ଓଡିଶା

odisha

ETV Bharat / bharat

କାଳ ସାଜିଲା କୋରୋନା, ହେବନି ଦେବରଗଟ୍ଟୁ ଷ୍ଟିକ ଫାଇଟିଂ ଫେଷ୍ଟିଭାଲ - stick fighting festival

ଚଳିତ ବର୍ଷ ଦେବରଗଟ୍ଟୁରେ ହେବନି ଷ୍ଟିକ ଫେଷ୍ଟିଭାଲ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କର୍ଣ୍ଣୁଲ ଜିଲ୍ଲା ପୋଲିସ ଦେବରଗଟ୍ଟୁ ଷ୍ଟିକ ଫାଇଟିଂ ଫେଷ୍ଟିଭାଲକୁ ବ୍ୟାନ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

Kurnool cops cancel stick fighting festival
ଚଳିତ ବର୍ଷ ହେବନି ଦେବରଗଟ୍ଟୁ ଷ୍ଟିକ ଫାଇଟିଙ୍ଗ ଫେଷ୍ଟିଭାଲ

By

Published : Oct 27, 2020, 8:04 AM IST

ହାଇଦ୍ରାବାଦ: ସାରାବିଶ୍ବରେ ଏବେ ବି ଜାରି ରହିଛି କୋରୋନା ପ୍ରକୋପ । ଏନେଇ ଚିନ୍ତାରେ ବିଶେଷଜ୍ଞ । ତେବେ ଏହି ମହାମାରୀ ପାଇଁ ଚଳିତ ବର୍ଷର ସମସ୍ତ ପୂଜା ପାର୍ବଣ ଫିକା ପଡିଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର ଦେବରଗଟ୍ଟୁରେ ବନ୍ନି ଉତ୍ସଭମ ଭାବରେ ଜଣା ଷ୍ଟିକ ଫାଇଟିଂ ଫେଷ୍ଟିଭାଲକୁ ବାତିଲ କରାଯାଇଛି । ମହାମାୀକୁ ଦୃଷ୍ଟିରେ ରଖି କର୍ଣ୍ଣୁଲ ଜିଲ୍ଲା ପୋଲିସ ଦେବରଗଟ୍ଟୁ ଷ୍ଟିକ ଫାଇଟିଂ ଫେଷ୍ଟିଭାଲକୁ ବ୍ୟାନ କରିଥିବା ଜଣାପଡ଼ିଛି । ଏନେଇ କର୍ଣ୍ଣୁଲ ପୋଲିସ ଅଧୀକ୍ଷକ ଫକିରାପ୍ପା କାଗିନେଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗାଁ, ଆଖପାଖ ନିକଟବର୍ତ୍ତୀ ଜିଲ୍ଲା ତଥା ପଡୋଶୀ ରାଜ୍ୟର ଲୋକମାନେ ବିଜୟାଦଶମୀ ମଧ୍ୟରାତ୍ରିରେ ଦେବରଗଟ୍ଟୁରେ ପରସ୍ପରକୁ ବାଡ଼ିରେ ବାଡେଇ ଏହି ବନି ପର୍ବକୁ ନିଜର ଅନନ୍ୟ ଉପାୟରେ ପାଳନ କରିଥାନ୍ତି । ଏହି ଉତ୍ସବରେ ଅନେକ ଲୋକ ରକ୍ତାକ୍ତ ହୋଇ ଗୁରୁତର ମଧ୍ୟ ହୋଇଥାନ୍ତି । ଏହି ପର୍ବ ଏକ ପାହାଡ ଉପରେ ଅବସ୍ଥିତ ଶ୍ରୀ ମାଲା ମଲେଶ୍ବର ସ୍ବାମୀ ମନ୍ଦିରର ଏକ ଅଂଶ ।

ତେବେ କୋଭିଡ ମହାମାରୀକୁ ବିଚାରକୁ ନେଇ ପୋଲିସ ଏହି ଉତ୍ସବକୁ ବାତିଲ କରି 20 ଟି ଚେକ ପୋଷ୍ଟ ସ୍ଥାପନ କରିବା ସହିତ 1200 ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଛି। ଏନେଇ 15 ଦିନ ହେଲା ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details