ଓଡିଶା

odisha

ETV Bharat / bharat

କୋଭିଡ କଟକଣାରେ ଏହି ତିନି ରାଜ୍ୟରେ ଖୋଲିଲା ସ୍କୁଲ

କୋଭିଡ କଟକଣାରେ ଆଜି ଠାରୁ ତିନି ରାଜ୍ୟରେ ଖୋଲିଲା ସ୍କୁଲ । ନୂତନ ଏସପିଓ ମାଧ୍ୟମରେ ସ୍କୁଲ ଆସିବେ ପିଲାଏ । ଅଧିକ ପଢନ୍ତୁ...

By

Published : Nov 2, 2020, 9:48 AM IST

କୋଭିଡ କଟକଣାରେ ତିନି ରାଜ୍ୟରେ ଖୋଲିଲା ସ୍କୁଲ
କୋଭିଡ କଟକଣାରେ ତିନି ରାଜ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କୋଭିଡ କଟକଣାରେ ଆଜି ଠାରୁ ଆସାମ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ଖୋଲିଲା ସ୍କୁଲ । ଆସାମରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । ଆନ୍ଧ୍ରରେ ନବମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଯିବାକୁ ଅନୁମତି ମିଳିଛି । କୋଭିଡ ସଂକ୍ରମଣର ଦୀର୍ଘ 7 ମାସ ପରେ ପୁଣି ଥରେ ସ୍କୁଲରେ ପାଠପଢା ଆରମ୍ଭ ହେବାକୁ ଯାଉଛି । ସଂକ୍ରମଣକୁ ନଜରରେ ରଖି ଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏସଓପି ମଧ୍ୟ ଜାରି ହୋଇଛି ।

ଆସାମରେ ସ୍କୁଲ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଏକସାଙ୍ଗେ ଯାଇପାରିବେ ନାହିଁ । ଶ୍ରେଣୀ ଆଧାର କରି ଯୁଗ୍ମ ଅଯୁଗ୍ମ ଫର୍ମୂଲାରେ ବିଦ୍ୟାଳୟ ଆସିବେ । ଷଷ୍ଠ, ଅଷ୍ଟମ ଓ ଦ୍ବାଦଶ ଶ୍ରେଣୀର ପିଲାମାନେ ସୋମବାର, ବୁଧବାର ଓ ଶୁକ୍ରବାର ଯିବେ ଏବଂ ଅନ୍ୟ ତିନି ଦିନ ସପ୍ତମ, ନବମ ଓ ଏକାଦଶ ଶ୍ରେଣୀ ।

ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ସମୟରେ ଆସିବେ ନାହିଁ । ସେମାନଙ୍କ ସିପ୍ଟ ଅନୁସାରେ କ୍ଲାସରେ ନେବେ ଭାଗ । ପ୍ରଥମ ସିପ୍ଟ 8ରୁ ଆରମ୍ଭ ହୋଇ ମଧ୍ୟାହ୍ନ 12 ଟା ଯାଏ ସେହିପରି ଦ୍ବିତୀୟ ଟି 12.30ରୁ 3.30 ପର୍ଯ୍ୟନ୍ତ ରହିବ । ରାଜସ୍ଥାନରେ 6 ରୁ 8 ଶ୍ରେଣୀ ପିଲାମାନେ ନଭେମ୍ବର 23ରେ ସ୍କୁଲ ଯିବେ । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଡିସେମ୍ବର 14 ରୁ ଯିବାକୁ ଅନୁମତି ମିଳିଛି ।

750ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକୁ ପ୍ରତି ତିନି ଦିନରେ ଥରେ ଖୋଲିବାକୁ ଅନୁମତି ଦିଆଯିବ ଏବଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଅକ୍ଟୋବର 20 ରେ ଏକ ଭିଡିଓ ସମ୍ମିଳନୀରେ ଘୋଷଣା କରିଥିଲେ।

ABOUT THE AUTHOR

...view details