ଓଡିଶା

odisha

ETV Bharat / bharat

ଘରେ ଲଗାନ୍ତୁ ଏମେରାଲ୍ଡ ଡିଭାଇସ୍, ଭାଇରସ ଗତିବିଧି ଉପରେ ରଖିବ ନଜର

ବ୍ୟକ୍ତିର ଶ୍ବାସ ପ୍ରଶ୍ବାସ ଗତିକୁ ଆଧାର କରି ବୌଜ୍ଞାନିକମାନେ ଏକ ଉପକରଣ ତିଆରି କରିଛନ୍ତି। ଏହି ବେତାର ଉପକରଣରେ ସ୍ଥାପିତ ସେନସର ଘରର ଲୋକଙ୍କ ଗତିବିଧି ଏବଂ ନିଶ୍ୱାସ ଉପରେ ନଜର ରଖିବ ଏବଂ କାହାର କରୋନା ସଂକ୍ରମଣ ଅଛି କି ନାହିଁ ତାହା ଜଣାଇଦେବ।

american-scientist-develop-a-wireless-device
ଭାଇରସ ଗତିବିଧିରେ ନଜର ରଖିବ ଏମେରାଲ୍ଡ ଡିଭାଇସ୍

By

Published : Apr 22, 2020, 12:44 PM IST

କୋରୋନା ଜୀବାଣୁ ସଂକ୍ରମଣ ଚିହ୍ନଟ କରିବା ପାଇଁ ଏପର୍ଯ୍ୟନ୍ତ ଅନେକ ପରୀକ୍ଷା କିଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ମହଙ୍ଗା ଏବଂ ଶସ୍ତା ପରୀକ୍ଷଣ କିଟ୍ ମଧ୍ୟ ଅଛି, ଯାହା ସ୍ପଟମ ଠାରୁ ରକ୍ତ ନମୁନା ପର୍ଯ୍ୟନ୍ତ, ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛି କି ନାହିଁ ତାହା ସୂଚାଇ ଦେବ।

ତେବେ ବ୍ୟକ୍ତିର ଶ୍ବାସ ପ୍ରଶ୍ବାସ ଗତିକୁ ଆଧାର କରି ବୈଜ୍ଞାନିକମାନେ ଏକ ସମାନ ଉପକରଣ ତିଆରି କରିଛନ୍ତି। ଏହି ବେତାର ଉପକରଣରେ ସ୍ଥାପିତ ସେନସର ଘରର ଲୋକଙ୍କ ଗତିବିଧି ଏବଂ ନିଶ୍ୱାସ ଉପରେ ନଜର ରଖିବ ଏବଂ କାହାର କରୋନା ସଂକ୍ରମଣ ଅଛି କି ନାହିଁ ତାହା ଜଣାଇଦେବ।

ଏହି ଡିଭାଇସ୍ ସଂପୂର୍ଣ୍ଣ ଭାଇରସ୍ ଲେସ୍। ଯାହାର ନାମ ଏମେରାଲ୍ଡ । ଏହା ଘରର ଯେକୌଣସି କାନ୍ଥରେ ଲଗାଯାଇପାରିବ। ଏହାକୁ ୱାଇଫାଇ ସହିତ ସଂଯୋଗ କରିବା ପରେ ଏହା କାମ କରେ। ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଘରର ସଦସ୍ୟଙ୍କ ପାଇଁ ଏହି ମେସିନ ଅତ୍ୟନ୍ତ ଉପାଦେୟ। ଯଦି ଘରେ କେହି କରୋନାରେ ପୀଡିତ ତେବେ ଏହି ଉପକରଣ ଘରର ଅବଶିଷ୍ଟ ସଦସ୍ୟମାନଙ୍କୁ ସଚେତନ କରିବ। ଏହାର ଅର୍ଥ ହେଉଛି ଡିଭାଇସ୍ ମଧ୍ୟ ଘରେ ସାଧାରଣ ବ୍ୟବହାର ପାଇଁ ଅଟେ ଯାହା ଦ୍ବାରା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହା ପୂର୍ବ ସୂଚନା ଦେଇଦେବ।

ଏହି ଉପକରଣ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଆଧାରରେ କାମ କରେ। ଏହି ଉପକରଣ ଘରର ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ଉପରେ ନଜର ରଖେ। ଡିଭାଇସରୁ ବାହାରୁଥିବା ବେତାର ସଙ୍କେତ ବ୍ୟକ୍ତିର ଗତିବିଧି, ଚାଲିବାର ପଥ, ଶୋଇବା ଅଭ୍ୟାସ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଶ୍ୱାସର ଗତି କିମ୍ବା ହାର ଯାଞ୍ଚ କରିଥାଏ।

ଏହି ଉପକରଣର ବ୍ୟବହାର କରିବା ଅତ୍ୟନ୍ତ ସହଜ ଅଟେ । ଏହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପିନ୍ଧିବା କିମ୍ବା ଧରି ରଖିବା ଆବଶ୍ୟକତା ନାହିଁ। ଯେହେତୁ ବର୍ତ୍ତମାନ କୋରୋନା ସଂକ୍ରମଣର ବିପଦ ରହିଛି,ଏହି ଉପକରଣ ଗତିବିଧି ଉପରେ ନଜର ରଖିବା ପାଇଁ ଅଧିକ ଉପଯୋଗୀ ପ୍ରମାଣିତ ହେବ ।

ABOUT THE AUTHOR

...view details