ବେଙ୍ଗାଲୁରୁ: ଆଜିକାଲି ବିଭିନ୍ନ କାରଣକୁ ନେଇ ବିବାହ ଭାଙ୍ଗୁଥିବା ଦେଖିବାକୁ ମିଳେ । ହେଲେ କେବେ ଶୁଣିଛନ୍ତି କି ଲମ୍ବା ନାକ ଯୋଗୁଁ ବାହାଘର ଭାଙ୍ଗିବା । ଆଜ୍ଞା ହଁ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଜଣେ ଯୁବତୀଙ୍କ ବିବାହ ପାଇଁ ସରିଥିଲା ସମସ୍ତ ପ୍ରସ୍ତୁତି ହେଲେ ବରର ଲମ୍ବା ନାକ କରିଥିଲା ଅଡୁଆ ।
ଏହା ଦେଖିବା ପରେ ରଶ୍ମୀ ନାମକ ଯୁବତୀ ବିବାହ ପାଇଁ ସଫାସଫା ମନା କରିଦେଇଥିଲେ । କିନ୍ତୁ ଯୁବତୀଙ୍କ ଏଭଳି ବ୍ୟବହାର ବର ସାଜିଥିବା ଇଂଜିନିୟର ରମେଶଙ୍କ ମନକୁ କଷ୍ଟ ଦେଇଥିଲା । ତେଣୁ ସେ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । କିଛି ମାସ ହେବ ଅନଲାଇନ ୱେବସାଇଟ ମାଧ୍ୟମରେ ବେଙ୍ଗାଲୁରୁର ଜୈନିକା ଯୁବତୀଙ୍କ ସହ କଥା ହୋଇଥିଲେ ରମେଶ । କିଛିଦିନ ତଳେ ଆମେରିକାରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ ରଶ୍ମୀ ।