ୱାସିଂଟନ: ଭାରତକୁ ମିଳିବ ଆମେରିକା ଓ ବ୍ରିଟେନର ସାଥ୍ । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ଭାରତକୁ ସହଯୋଗର ହାତ ବଢାଇଛନ୍ତିଉଭୟ ରାଷ୍ଟ୍ର । ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହେବାରେ ଲାଗିଛି । ଏପ୍ରସଙ୍ଗରେ ଆମେରିକୀୟ ବିଦେଶ ସଚିବ ମାଇକ ପାମ୍ପିଓ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା ମାର୍କ ସେଡବିଲଙ୍କ ସହ ଆଲୋଚନା କରିଛନ୍ତି ।
ଆତଙ୍କବାଦ ବିରୋଧରେ ଭାରତକୁ ମିଳିବ ଆମେରିକା ଓ ବ୍ରିଟେନର ସାଥ୍ - british
ଦକ୍ଷିଣ ଏସିଆର ଦୁଇଟି ପ୍ରମୁଖ ରାଷ୍ଟ୍ରଙ୍କ ମଧ୍ୟରେ ତିକ୍ତତାକୁ କମ କରିବାକୁ କରାଯାଇଥିବା ପ୍ରୟାସ ଉପରେ ମଧ୍ୟ ଏହି ଦୁଇ ନେତା ଚର୍ଚ୍ଚା କରିଥିଲେ।
ଦକ୍ଷିଣ ଏସିଆର ଦୁଇଟି ପ୍ରମୁଖ ରାଷ୍ଟ୍ରଙ୍କ ମଧ୍ୟରେ ତିକ୍ତତାକୁ କମ କରିବାକୁ କରାଯାଇଥିବା ପ୍ରୟାସ ଉପରେ ମଧ୍ୟ ଏହି ଦୁଇ ନେତା ଚର୍ଚ୍ଚା କରିଥିଲେ । ପାକିସ୍ତାନ ସରକାର ଆତବାଦୀଙ୍କୁ ଲୁଚିଛପି ସମର୍ଥନ କରୁଥିବା ଜାଣିବା ପରେ ପାକିସ୍ତାନକୁ କଡା ଜବାବ ଦେବାକୁ ଭାରତ ପକ୍ଷରୁ କରାଯାଇଥିବା ଅଭିଯାନରେ ଅନ୍ୟ ଦେଶର ମଧ୍ୟ ସମର୍ଥନ ମିଳିଛି ।
ତେବେ ଖାସ କଥା ହେଲା ଏହି ଦୁଇ ଜଣ ନେତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଗୋଟିଏ ଦିନ ପୂର୍ବରୁ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା ନିଜର ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ ଏପ୍ରସଙ୍ଗରେ ଫୋନଯୋଗେଁ ଆଲୋଚନା କରିଥିଲେ । ଏଥିରେ ସେ ଆତଙ୍କବାଦଙ୍କ ବିରୋଧରେ ଭାରତକୁ ସହଯୋଗ କରିବାକୁ ପ୍ରତିଶ୍ରୃତି ଦେବା ସହ ଗୁଇନ୍ଦା ବିଭାଗ ଦ୍ୱାରା ଆତଙ୍କବାଦୀଙ୍କ ସହ ବିଭିନ୍ନ ତଥ୍ୟ ଜଣାଇବା ନେଇ କଥାବାର୍ତ୍ତା ହୋଇଛି ।